ଛତ୍ରପୁର ଉପକାରାଗାରରୁ ଦୁଷ୍କର୍ମ ଅଭିଯୁକ୍ତ ବିଚାରାଧୀନ କଏଦୀ ଚମ୍ପଟ

ଛତ୍ରପୁର ଉପକାରାଗାରରୁ ଦୁଷ୍କର୍ମ ଅଭିଯୁକ୍ତ ବିଚାରାଧୀନ କଏଦୀ ଚମ୍ପଟ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ଉପକାରାଗାରରୁ ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ  କବିରାଜ ବେହେରା ନାମକ ଜଣେ ବିଚାରାଧୀନ କଏଦୀ ଛତ୍ରପୁର ଉପକାରାଗାରରୁ ଚମ୍ପଟ ମାରିଛି। କବିରାଜ ବେହେରାର ଘର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗାଁରେ ବୋଲି ଜଣାଯାଇଛି।

ସେ ଏକ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ ଗତ ବର୍ଷ ଡିସେମ୍ବର ମାସରୁ ଛତ୍ରପୁର ଉପକାରାଗାରରେ ରହୁଥିଲା। ତେବେ ସେ କିପରି ଚମ୍ପଟ ମାରିବାରେ ସକ୍ଷମ ହେଲା ତାକୁନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଏଣେ ଉପକାରାଗାରର କର୍ମଚାରୀମାନେ ପୁଲିସର ସହାୟତାରେ ଚମ୍ପଟ ମାରିଥିବା କବିରାଜ ବେହେରାକୁ ଧରିବା ଲାଗି ଜୋରସୋରରେ ଉଦ୍ୟମ ଜାରି ରଖିଛନ୍ତି। ଏବେ ଛତ୍ରପୁର ଉପକାରାଗାରରେ ଜେଲ ଡିଆଇଜି ରଘୁନାଥ ମାଝି ପହଞ୍ଚିଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe