ଗଞ୍ଜାମ: ଗୁଳିମାଡ଼ରେ ବସ୍‌ ମାଲିକ ଗୁରୁତର, ଏମ୍‌କେସିଜିକୁ ସ୍ଥାନାନ୍ତର

Advertisment
ଗଞ୍ଜାମ: ଗୁଳିମାଡ଼ରେ ବସ୍‌ ମାଲିକ ଗୁରୁତର, ଏମ୍‌କେସିଜିକୁ ସ୍ଥାନାନ୍ତର

ବ୍ରହ୍ମପୁର/ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କରଞ୍ଜାଇ ଛକ ନିକଟରେ ସୋମବାର ସନ୍ଧ୍ୟାରେ ଏକ ଘରୋଇ ବସ୍‌ ମାଲିକଙ୍କୁ ଗୁଳିମାଡ଼ ହୋଇଛି। ମିଳିଥିବା ସୂଚନା ଅନୁସାରେ ସନ୍ଧ୍ୟା ୮ଟା ୩୦ରେ ଫୁଲବାଣୀରୁ ବ୍ରହ୍ମପୁର ଆସୁଥିବା ଘରୋଇ ବସ୍‌(ଆକବରୀ)ର ମାଲିକ ପ୍ରତାପ ଚନ୍ଦ୍ର ପଲେଇ ଫେରୁଥିଲେ। ଆସିକା ଠାରୁ ୮ କିଲୋମିଟର ଦୂରରେ ବସ୍‌ଟି ଥିବା ବେଳେ ଦୁର୍ବୃତ୍ତମାନେ ୪ ରାଉଣ୍ଡ ଗୁଳି କରିଥିଲେ। ୨ଜଣ ଦୁର୍ବୃତ୍ତ ବସ୍‌ ଭିତରକୁ ପ୍ରବେଶ କରି ଗୁଳିମାଡ଼ କରିଥିଲେ। ପ୍ରତାପଙ୍କ ମୁଣ୍ଡରେ ଗୁଳି ବାଜିଛି। ସୂଚନା ମିଳିବା ପରେ ପୁଲିସ ପହଞ୍ଚି ଘଟଣାର ଯାଞ୍ଚ କରୁଛି।

ସୂଚନାଯୋଗ୍ୟ, ପ୍ରତାପ ହେଉଛନ୍ତି ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ୍ଵାର୍ଡ ନମ୍ବର ୧୩ର କାଉନସିଲର ବବିତା ପଲେଇଙ୍କ ପତି। ଜଣେ ବିଜେଡି ନେତା ଓ ଅନ୍ୟ ବ୍ୟବସାୟକୁ ନେଇ ଗୁଳିକାଣ୍ଡ ହୋଇଥିବା ପୁଲିସ ସନ୍ଦେହ କରୁଛି। ରିପୋର୍ଟ ଲେଖାଯିବା ବେଳକୁ ଗୁଳିକାଣ୍ଡ ଘଟଣା କାରଣ ଅସ୍ପଷ୍ଟ ଥିବା ବେଳେ ପ୍ରତାପଙ୍କୁ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲ(ଏମ୍‌କେସିଜି)କୁ ନିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe