ଡିସେମ୍ବର ୧୫ରୁ ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ଠାରୁ କିଣାଯିବ ମାଣ୍ଡିଆ

Advertisment

୪୮୪୪ଜଣ ଚାଷୀଙ୍କ ଠୁ କିଣାଯିବ ୫ହଜାର କ୍ବିଣ୍ଟାଲ, ପଞ୍ଜୀକରଣ କରିଛନ୍ତି ମାତ୍ର ୪୨୫ଜଣ ଚାଷୀ

୪୮୪୪ଜଣ ଚାଷୀଙ୍କ ଠୁ କିଣାଯିବ ୫ହଜାର କ୍ବିଣ୍ଟାଲ, ପଞ୍ଜୀକରଣ କରିଛନ୍ତି ମାତ୍ର ୪୨୫ଜଣ ଚାଷୀ

ଡିସେମ୍ବର ୧୫ରୁ ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ଠାରୁ କିଣାଯିବ ମାଣ୍ଡିଆ

the hindu

ଛତ୍ରପୁର : ଚଳିତ ବର୍ଷ ଚାଷୀଙ୍କ ଠାରୁ ମାଣ୍ଡିଆ କଣିବେ ସରକାର। ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ଠାରୁ ମାଣ୍ଡିଆ କିଣିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ବର୍ଷ ୪୮୪୩ ଜଣ ଚାଷୀଙ୍କ ଠାରୁ ୫୦୦୦ କ୍ୱିଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଗତ ଅକ୍ଟୋବର ୨୭ ତାରିଖ ଠାରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। କରାଯାଇଛି । ଏବେ ସୁଦ୍ଧା ମାଣ୍ଡିଆ ବିକ୍ରି କରିବା ଲାଗି ମାତ୍ର ୪୨୫ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଆସନ୍ତା ଡିସେମ୍ବର ମାସ ୧୦ ତାରିଖରୁ ଟୋକେନ୍ ପ୍ରଦାନ କରାଯାଇ ୧୫ ତାରିଖ ଠାରୁ ଚିହ୍ନଟ ହୋଇଥିବା ମଣ୍ଡି ତଥା ସଂଗ୍ରହ କେନ୍ଦ୍ରର ମାଣ୍ଡିଆ ସଂଗ୍ରହ କରାଯିବା ଲାଗି ଜିଲ୍ଲାସ୍ତରୀୟ ମାଣ୍ଡିଆ ସଂଗ୍ରହ ବୈଠକରେ ସ୍ଥିର ହୋଇଛି।

ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସୋମବାର ଗଞ୍ଜାମ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷ ଠାରେ ଓଡିଶା ବାଜରା ମିଶନ୍ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ମାଣ୍ଡିଆ ସଂଗ୍ରହ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ଧରାକୋଟ,ପାତ୍ରପୁର,ସୋରଡା ଓ ପୋଲସରା ବ୍ଲକର ଚାଷୀମାନଙ୍କ ଠାରୁ ବିଭିନ୍ନ ଏଜେନ୍ସି ଜରିଆରେ ମାଣ୍ଡିଆ ସଂଗ୍ରହ କରାଯିବ । ଆଦିବାସୀ ଉନ୍ନୟନ କୋ ଅପରେଟିଭ୍ କର୍ପୋରେସନ୍‌(ଟିଡିସିସି) ମାଧ୍ୟମରେ ଏହି ସଂଗ୍ରହ ପ୍ରକ୍ରିୟା ଗତ ଦୁଇ ବର୍ଷ ହେଲା ଗଞ୍ଜାମ ଜିଲ୍ଲାରେ ଆରମ୍ଭ କରାଯାଇଅଛି । କ୍ୱିଇଣ୍ଟାଲ ପିଛା ୩୨୯୫ ଟଙ୍କାରେ ସମସ୍ତ ପ୍ରକାର ମାଣ୍ଡିଆ କିଣାଯାଇ ଚାଷୀଙ୍କ ଜମାଖାତାକୁ ସିଧାସଳଖ ଟଙ୍କା ପଠାଯିବାକୁ ବୈଠକରେ ସ୍ଥିର ହୋଇଛି। ବିଗତ ବର୍ଷ ଜିଲ୍ଲାର ୪ଟି ବ୍ଲକରୁ ୬୧୦.୯୪ କ୍ୱିଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯାଇଥିଲା । ଆଜିର ବୈଠକରେ ଟିଡ଼ିସିସି ଆଞ୍ଚଳିକ ସଂଯୋଜକ ମଳୟ କୁମାର ସାହୁ ସମସ୍ତ ତଥ୍ୟ ଉପସ୍ଥାପନ କରିଥିବା ବେଳେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଭାସ୍କର ପାଢୀ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଉମା ଶଙ୍କର ପତି, ଆତ୍ମାର ଡିପିଡି ସୁବାସ ମହାପାତ୍ର, କୃଷି ଉନ୍ନୟନ ଅଧିକାରୀ ବିଦୂର ସେଠ୍ ମାଝି ପ୍ରମୂଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe