ଭଞ୍ଜନଗର: ବାଇକ୍‌ ଦୁର୍ଘଟଣାରେ ୨ ମୃତ, ୨ ଗୁରୁତର

Advertisment
ଭଞ୍ଜନଗର: ବାଇକ୍‌ ଦୁର୍ଘଟଣାରେ ୨ ମୃତ, ୨ ଗୁରୁତର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସବ୍‌ଡିଭିଜନ୍‌ ଅନ୍ତର୍ଗତ କଣ୍ଟାଇପୋଲି ଓ ବଡ଼ବରୋସିଂହ ରାସ୍ତାରେ ରବିବାର ୨ଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଗାଙ୍ଗପୁର ଥାନା ସାନବୋରସିଂହ ଗ୍ରାମର ଭାସ୍କର ସ୍ୱାଇଁ(୪୩) ଘଟଣାସ୍ଥଲରେ ମୃତ୍ୟୁ ହୋଇଥିବା ବେଳେ ସରୋଡ଼ା ଥାନା ଅନ୍ତର୍ଗତ ବାଘଲିଙ୍ଗା ଗ୍ରାମର ମିଟୁ ଗୌଡ଼(୨୧) ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।

ସେହିଭଳି ବୋରସିଂହ ଗ୍ରାମର ଅବିନାଶ ଗୌଡ(୨୩) ଓ ସୁନିଲ ନାୟକ(୨୩) ଗୁରୁତର ଥିବାରୁ ତାଙ୍କୁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe