ବୁଗୁଡ଼ା: ଗଂଜାମ ଜିଲ୍ଲାର ବୁଗୁଡ଼ା ଥାନା ଅଂଚଳରେ ଗୁରୁବାର ଲୁଟେରାମାନେ ଗୋରୁ ବୋପାରୀମାନଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ସୂଚନା ଅନୁସାରେ ବୁଗୁଡ଼ା ଥାନା ଅନ୍ତର୍ଗତ କରସିଂ-ଉଦୟପୁର ରାସ୍ତାରେ ୩ ଦୁର୍ବୃତ୍ତ ଯୋଜାନା ଅନୁସାରେ ଆଜି ଅପରାହ୍ନରେ ଏହି ଲୁଟ କରିଛନ୍ତି।
ଲୁଟେରାମାନେ ବାଇକ୍ରେ ଆସି ଏକ ନିଦ୍ଧିଷ୍ଟ ସ୍ଥାନରେ ପୂର୍ବରୁ ଉପସ୍ଥିତ ଥିଲେ। ଗୋରୁ ବେପାରୀମାନେ ଘଟଣାସ୍ଥଳକୁ ପହଂଚିବା ପରେ ହଠାତ ବନ୍ଧୁକ ଦେଖାଇଥିଲେ। ଫଳରେ ସେମାନେ ଭୟଭୀତ ହୋଇଥିଲେ। ଏହା ପରେ ବୋପରୀମାନଙ୍କୁ ମାଡ଼ମାରିଥିଲେ। ଆହତ ହେବା ପରେ ବେପାରୀମାନେ ତଳେ ପଡ଼ିଯିବା ପରେ ଟଙ୍କା ବ୍ୟାକ ଛଡ଼ାଇ ଫେରାର ହୋଇଯାଇଥିଲେ।
ଲୁଟର ଶିକାର ହେବା ପରେ ବେପାରୀମାନେ ବୁଗୁଡ଼ା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ବୁଗୁଡ଼ା ଅଂଚଳରେ ଲୁଟ ହେବା ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଏମିତି ଅନେକ ଥର ଲୁଟ ହୋଇଛି।
Follow Us