୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ବ୍ରହ୍ମପୁର: ଟ୍ରକରେ ଚାଲାଣ ବେଳେ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥ-୫୯ର ଖୋଡ଼ାସିଙ୍ଗି ଠାରେ ୫ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିବାର ଖବର ମିଳିଛି। ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏ ଟ୍ରକ୍( ଏମଏଚ୍ ୧୮ ବିଜି ୨୩୪୨)ରେ ଦୁଇଜଣ ଲୋକ ପଟ୍ଟାପୁର ଥାନା ଅନ୍ତର୍ଗତ କୃଷ୍ଣପୁର ଠାରୁ ନାଗପୁର (ମହାରାଷ୍ଟ୍ର)କୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ପୁଲିସ ହାତରେ ଧରାପଡ଼ିଛନ୍ତି।

ଦୁଇ ଅଭିଯୁକ୍ତଙ୍କ ନାଆଁ ହେଲା ମାଙ୍ଗିଲାଲ ଭିଲ୍ (୨୬) ଏବଂ ମାଙ୍ଗିଲାଲ ଗୋରନା (୨୪)। ଉଭୟଙ୍କ ଘର ରାଜସ୍ଥାନରେ ବୋଲି ଜଣାଯାଇଛି। ସେମାନଙ୍କ ଠାରୁ ଜବତ କରାଯାଇଥିବା ଗଞ୍ଜେଇର ମୂଲ୍ୟ ୪୫ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe