ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କୁ ହତ୍ୟା ମାମଲା : ୫ ଅଭିଯୁକ୍ତ ଗିରଫ

Advertisment
ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କୁ ହତ୍ୟା ମାମଲା : ୫ ଅଭିଯୁକ୍ତ ଗିରଫ

ଶେରଗଡ଼ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବ୍ରାହ୍ମଣଛାଇ ଗ୍ରାମର ପରାଜିତ ସରପଞ୍ଚ ପ୍ରାର୍ଥୀ ବୁଲୁ ପ୍ରଧାନଙ୍କୁ ହତ୍ୟା ଘଟଣାରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନୀଳାଞ୍ଚଳ ପୃଷ୍ଟି, ସୀମାଞ୍ଚଳ ଦଳେଇ, ମଙ୍ଗୁଳୁ ପୃଷ୍ଟି, ଭୀମ ପୃଷ୍ଟି ଓ ନାରାୟଣ ପୃଷ୍ଟି। ସେମାନଙ୍କଠୁ ଗୋଟିଏ କାତି, ଶାବଳ ଏବଂ ବେଲ୍‌ଚା ଜବତ କରାଯାଇଛି।

ରାଜନୈତିକ ବିବାଦକୁ କେନ୍ଦ୍ରକରି ଏହିି ହତ୍ୟାକାଣ୍ଡ ଘଟିଛି। ବ୍ରାହ୍ମଣଛାଇ ଗାଁରେ ଗତବର୍ଷ ପଞ୍ଚାୟତ ନିର୍ବାଚନ ବେଳେ ସରପଞ୍ଚ ପ୍ରାର୍ଥୀ ବୁଲୁ କୁମାର ପ୍ରଧାନଙ୍କୁ ହତ୍ୟା ପରେ ପରେ ଦୁଇ ଗୋଷ୍ଠୀ ଭିତରେ ରାଜନୈତିକ ଛକାପଞ୍ଝା ଚାଲିଥିଲା। ଏହା ହିଁ ବୁଲୁ ପ୍ରଧାନଙ୍କୁ ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ତଦନ୍ତରୁ ଜଣାପଡ଼ିଛି। ତେବେ ଏହି ଘଟଣାରେ ୨୨ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସର ତନାଘନା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe