ଆସ୍କା: ଡକାୟତି ଯୋଜନା ପଣ୍ଡ, ବାଇକ-ବନ୍ଧୁକ ସମେତ ୬ ଅପରାଧୀ ଗିରଫ

Advertisment

ଗଞ୍ଜାମ ପୁଲିସର ବଡ଼ ସଫଳତା

ଗଞ୍ଜାମ ପୁଲିସର ବଡ଼ ସଫଳତା

ଆସ୍କା: ଡକାୟତି ଯୋଜନା ପଣ୍ଡ, ବାଇକ-ବନ୍ଧୁକ ସମେତ ୬ ଅପରାଧୀ ଗିରଫ

ଆସ୍କା: ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ୬ ଜଣ ଡକାୟତଙ୍କୁ ଆସ୍କା ପୁଲିସ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଗିରଫ କରିଛି। ଡକାୟତମାନେ ଜଗଦଲପୁର ବିଶ୍ରାମାଗାରରେ ଯୋଜନା ପ୍ରସ୍ତୁତ କରୁଥିଲେ। ପୁଲିସ ଅଭିଯକ୍ତମାନଙ୍କ ଠାରୁ ୪ଟି ବାଇକ, ଗୋଟିଏ ଦେଶୀ ବନ୍ଧୁକ, ୨୦ ହଜାର ଟଙ୍କା ଓ ୯ଟି ମୋବାଇଜ ଜବତ କରିବା ସହିତ ମାମଲା ରୁଜୁ କରିଛି।

ବିଶେଷ ସୂଚନା ମିଳିବା ପରେ ଏସ୍‌ଆଇ ପ୍ରିୟଦର୍ଶିନୀ ଖଟୁଆଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ପୁଲିସ ଆସ୍କା ଥାନା ଅଧୀନ ନୂଆଗାଁର ରାଜା ବିଶ୍ୱାଳ, ସାହେବଗଡ଼ର ଶୁକୁରିଆ ସ୍ୱାଇଁ, ନଳପଣ୍ଠା ଗାଁର ବିକ୍ରମ ମିଶ୍ର, କବିସୂର୍ଯ୍ୟନଗର ଥାନା ଅଞ୍ଚଳର ଦେଗାଁର ଧ୍ରୁବ ପଲେଇ, ଧରାକୋଟ ଥାନା ଅଧୀନ ଧାଉଗାଁର ଅଲେଖ ନାହାକ ଓ ହିଞ୍ଜିଳି ଥାନା ଅଧୀନ ପୋଚିଲିମା ଗାଁର ଗଣେଶ ମୁନିଙ୍କୁ ଗିରଫ କରିଛି। ପୁଲିସ ଏମାନଙ୍କ ନାମରେ ୩୯/୧୮ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଏମାନେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି, ସେରଗଡ଼, ପାଟପୁର, ବଡ଼ଗଡ଼, ରମ୍ଭା ଓ ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଡକାୟତ କରୁଥିଲେ। ଏମାନେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି, ସେରଗଡ଼, ପାଟପୁର, ବଡ଼ଗଡ଼, ରମ୍ଭା ଓ ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଡକାୟତ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe