ବେଗୁନିଆପଡ଼ାରୁ ୧୦ ଫୁଟ୍‌ ଲମ୍ବର ଅହିରାଜ ଉଦ୍ଧାର

Advertisment
ବେଗୁନିଆପଡ଼ାରୁ ୧୦ ଫୁଟ୍‌ ଲମ୍ବର ଅହିରାଜ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୁରୁଝରି ଗ୍ରାମରେ ଆଜି ସକାଳୁ ଜଣଙ୍କ ଘରେ ଏକ ୧୦ ଫୁଟ ଲମ୍ବର ଅହିରାଜ ପଶିଯାଇଥିବା ସୂଚନା ରହିଛି। ଘରେ ଅହିରାଜ ପଶିଯିବା କାରଣରୁ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ଗ୍ରାମର ଧନା ମହାନ୍ତିଙ୍କ ଘରେ ସକାଳ ୮ ଟା ସମୟରେ ହଠାତ  ଏହି ସାପଟି ପଶି ଯାଇଥିବାର ‌ଲୋକେ ଦେଖିବାକୁ ପାଇଥିଲେ। ପରେ ସମସ୍ତେ ଭୟରେ ଘର ବାହାରକୁ ଚାଲି ଆସିଥିଲେ। ତା’ପରେ ତୁରନ୍ତ ସ୍ନେକ ହେଲ୍ପଲାଇନକୁ ଖବର ଦିଆଯାଇଥିଲା। ସ୍ନେକ ହେଲ୍ପଲାଇନ ସଦସ୍ୟ ଆସି ସାପଟିକୁ ଉଦ୍ଧାର କରି ନେଇ ମା ନାରାୟଣୀ ଜଙ୍ଗଲରେ ଛାଡ଼ିଥିଲେ। ବୁରୁଝରି ଗାଁ ପାର୍ଶ୍ୱରେ ବୁଢ଼ୀଘାଟି ଜଙ୍ଗଲ ଥିବା ବେଳେ ଏହି ସାପଟି ଜଙ୍ଗଲ ନିକଟ ସାହି ପାର ହୋଇ ଗାଁକୁ ପଶି ଆସିଥିଲା।

publive-image

ବର୍ଷେ ପୂର୍ବରୁ ଏହି ଗାଁର ଏକ ଶିଶୁମନ୍ଦିର ନିକଟସ୍ଥ କୂଅରେ ଏକ ଅହିରାଜ ପଡ଼ିଥିବା ଦେଖିଥିବା ବେଳେ ଏହାକୁ ସ୍ନେକ ହେଲ୍ପଲାଇନ ସଦସ୍ୟ ଉଦ୍ଧାର କରିଥିଲେ। ଏହି ଜଙ୍ଗଲରେ ଅହିରାଜ ସାପ ବଂଶ ବିସ୍ତାର କରିଥିବା ବେଳେ ଲୋକେ ବର୍ତ୍ତମାନ ଭୟରେ ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe