ଗୁଳିବିନିମୟରେ ଏସ୍‌ଓଜି ଯବାନ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଗଂଜାମ ଓ କନ୍ଧମାଳ ଜିଲ୍ଲାର ସୀମାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଆଜି ଅପରାହ୍‌ଣରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ଏସ୍‌ଓଜି ଯବାନ ଆହତ ହୋଇଛନ୍ତି। ଗୁରୁତର ଏସ୍‌ଓଜି ହେଲେ ପ୍ରେମସିଂହ ମାଝୀ। 

bhanja

ଭଂଜନଗର(ବିଶ୍ବମ୍ବର ଜେନା): ଗଂଜାମ ଓ କନ୍ଧମାଳ ଜିଲ୍ଲାର ସୀମାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଆଜି ଅପରାହ୍‌ଣରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ଏସ୍‌ଓଜି ଯବାନ ଆହତ ହୋଇଛନ୍ତି। ଗୁରୁତର ଏସ୍‌ଓଜି ହେଲେ ପ୍ରେମସିଂହ ମାଝୀ। 

 
ସୂଚନା ଅନୁସାରେ ଗଂଜାମ ଜିଲ୍ଲା ଭଂଜନଗର ଏବଂ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ସୀମାନ୍ତ ଜଙ୍ଗଲରେ ମାଓବାଦୀମାନେ ଚଳପ୍ରଚଳ କରୁଥିବା ନେଇ ସୁରକ୍ଷା ବାହିନୀକୁ ଖବର ମିଳିଥିଲା। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଏସ୍‌ଓଜି ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ। 

ତେବେ ମାଓବାଦୀମାନଙ୍କୁ ଦେଖି ଯବାନମାନେ ଗୁଳି ଚଳାଇଥିଲେ। ମାଓବାଦୀଙ୍କ ପାଲଟା ଗୁଳିଚୋଟରେ ଯବାନ ପ୍ରେମସିଂହ ମାଝୀ ଗୁରୁତର ହୋଇଥିଲେ। ତାଙ୍କର ବାମ ହାତ ଓ ପେଟରେ ଗୁଳିବାଜିଛି। ପେଟରେ ଗୁଳି ରହିଛି। ଗୁରୁତର ଭାବେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କନ୍ଧମାଳ ଜିଲ୍ଲା ରାଇକିଆର ଇନ୍ଦ୍ରଗଡ଼ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ଭଂଜନଗର ଉପଖଣ୍ଡ ସ୍ବାସ୍ଥ୍ୟ‌ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦରକାର ପଡ଼ିଲେ ଏଠାରୁ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇ ପାରେ ବୋଲି ମେଡିକାଲ ସୂତ୍ରରୁ ଜଣାପଡ଼ିଛି। 

ରିପୋର୍ଟ ଲେଖାଯିବା ବେଳକୁ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଜାରି ରହିଛି। ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲକୁ ପଳାୟନ କରିଛନ୍ତି। 

maoists | ganjam

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe