ଛତ୍ରପୁର: ମା’ ମୃତ୍ୟୁର ୧୨ ଘଣ୍ଟା ପରେ ଚାଲିଗଲା ପୁଅର ଜୀବନ

Advertisment
କାର୍ଯ୍ୟରତ ପଞ୍ଚାୟତ ପିଇଓ ଛବିନ୍ଦ୍ର ସାହୁଙ୍କ ଦେହାନ୍ତ 

Amar Ujala

ଛତ୍ରପୁର: କଥାରେ ଅଛି ଦୁଃଖ ଯେତେବେଳେ ଆସେ ଏକାକୀ ଆସେନି, ସାଥିରେ ଭାଇବନ୍ଧୁଙ୍କୁ ଧରିକି ଆସେ। ଏହି କଥାର ମର୍ମ ଏବେ ଆପଣ ବୁଝିପାରିବେ ନିଶ୍ଚୟ। ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ବଡ଼ଆର୍ଯ୍ୟପଲ୍ଲୀ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଅସୁସ୍ଥ ମା’ର ମୃତ୍ୟୁର ୧୨ ଘଣ୍ଟା ପରେ ପୁଅର ମଧ୍ୟ ମୃତ୍ୟୁ ଘଟିଛି। ସ୍ୱର୍ଗତ ଦେବରାଜ ନାୟକଙ୍କ ପତ୍ନୀ ଶଶୀ ନାୟକ କିଛି ଦିନ ହେଲା ଅସୁସ୍ଥ ଥିଲେ। ବୁଧବାର ରାତି ୧୦ଟା ବେଳେ ଶଶୀଙ୍କ ମୃତ୍ୟୁ ହୋଇଯାଇଥିଲା। ମା’ ପ୍ରାଣ ହରାଇବାର କିଛି ସମୟ ପରେ ପୁଅ ଅଭିମନ୍ୟୁ ମଧ୍ୟ ହଠାତ୍‍ ଅସୁସ୍ଥ ହୋଇ ପଡିଥିଲେ। ଏପରିକି ମା’ଙ୍କ ଶେଷକୃତ୍ୟ ହୋଇନଥିବା ବେଳେ ଚିକିିତ୍ସା ପାଇଁ ପୁଅ ଅଭିମନ୍ୟୁଙ୍କୁ ତୁରନ୍ତ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା। ଗୁରୁବାର ପୂର୍ବାହ୍ନ ୧୦ଟା ସମୟରେ ଅଭିମନ୍ୟୁଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।

ପ୍ରଥମେ ମା’ଙ୍କ ଦେହାନ୍ତ ହୋଇ ଯାଇଥିବା ବେଳେ ପୁଅ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇଥିବାରୁ ସେମାନଙ୍କ ସମ୍ପର୍କୀୟ ପ୍ରଥମେ ଶଶୀଙ୍କ ଅନ୍ତିମ ସଂସ୍କାର କରିଥିଲେ। ଆଜି ପୂର୍ବାହ୍ନରେ ଅଭିମନ୍ୟୁଙ୍କ ମୃତ୍ୟୁ ପରେ ସମ୍ପର୍କୀୟମାନେ ପୁଣି ଅପରାହ୍ନରେ ପୁଅର ଅନ୍ତିମ ସଂସ୍କାର କରିଥିଲେ।୧୨ ଘଣ୍ଟା ମଧ୍ୟରେ ମା’ ଓ ପୁଅଙ୍କ ମୃତ୍ୟୁ ହେବା ପରେ ଗ୍ରାମରେ ଏକ ପ୍ରକାର ଶେକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

ଏହାସହିତ ଏବେ କରୋନା ମହାମାରୀ ଚାଲିଥିବାରୁ ଲୋକେ ଅଧିକ ଭୟଭୀତ ହୋଇପଡିଥିଲେ। ସୂଚନାଯୋଗ୍ୟ, କିଛିଦିନ ହେବ ଉଭୟ ମା’ ଓ ପୁଅ ଜ୍ୱରରେ ପୀଡିତ ରହିବା ସହ ଔଷଧ ଖାଉଥିଲେ। ତେବେ ଅଳ୍ପ ଘଣ୍ଟା ମଧ୍ୟରେ ମା’ ଓ ପୁଅ ଙ୍କ ମୃତ୍ୟୁ ସାଧାରଣରେ ଆଲୋଚନାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe