ସମ୍ପର୍କର ସମାଧି! : ରଡ୍‍ରେ ପିଟି ପିଟି ବାପାଙ୍କୁ ହତ୍ୟା

Advertisment
ସମ୍ପର୍କର ସମାଧି! : ରଡ୍‍ରେ ପିଟି ପିଟି ବାପାଙ୍କୁ ହତ୍ୟା

ହିଞ୍ଜିଳିକାଟୁ : ପୁଣିଥରେ ଏକ ସମ୍ପର୍କ ସମାଧି ନେଇଛି। ସମ୍ପତ୍ତି ପାଇଁ ପୁଅ ନିଜର ବାପାଙ୍କୁ ଲୁହାରଡ୍‌ରେ ପିଟିପିଟି ହତ୍ୟା କରିଛି। ଲୁହାରଡ ଜବତ କରିବା ସହିତ ପୁଲିସ୍‌ ହତ୍ୟାକାରୀ ପୁଅକୁ ଗିରଫ କରିଛି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ସମରଝୋଳ ଗ୍ରାମରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ଏହି ଗ୍ରାମର ଏ.ଦିବାକର (୪୧) ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛନ୍ତି। ଦିବାକର ଅବିବାହିତ ଓ ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ସ୍ଥାବର ସମ୍ପତ୍ତିକୁ ନେଇ ଦିବାକର ଓ ତାଙ୍କ ଅନ୍ୟ ୨ ଭାଇଙ୍କ ସହିତ ବିବାଦ ରହିଥିଲା। ଗତକାଲି ସେ ଗାଁକୁ ଆସିଥିବାବେଳେ ଆଜି ସକାଳେ ଏହି ଘଟଣାକୁ କେନ୍ଦ୍ରକରି ତାଙ୍କର ବାପା ଏ.କ୍ରିଷ୍ଣାରାଓ (୭୫)ଙ୍କ ସହିତ ପାଟିତୁଣ୍ଡ ହୋଇଥିଲେ। ଶେଷରେ ସେ ଉତ୍‌କ୍ଷିପ୍ତ ହୋଇ ଏକ ଲୁହାରଡ୍‌ରେ କ୍ରିଷ୍ଣାଙ୍କ ମୁଣ୍ଡକୁ ବାରମ୍ବାର ପିଟିଥିଲା। ଫଳରେ, କ୍ରିଷ୍ଣାରାଓଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣାଟି ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe