ପରକୀୟା ପ୍ରୀତିକୁ ନେଇ ଛାତ୍ରଙ୍କୁ ହତ୍ୟା!

Advertisment
କେନ୍ଦୁଝର: ଜଙ୍ଗଲରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

ଆସିକା : ପରକୀୟା ପ୍ରୀତିକୁ କେନ୍ଦ୍ର କରି ଆଇଟିଆଇ ଛାତ୍ରଙ୍କୁ ହତ୍ୟା। ଗଂଜାମ ଜିଲ୍ଲା ଧରାକୋଟ ଥାନା ଅଧୀନ ଶରଧାପୁର ଗ୍ରାମରେ ଏଭଳି ଏକ ଘଟଣା ଆଲୋଡ଼ନ ସୃ‌ଷ୍ଟି କରିଛି। ମୃତକ ଛାତ୍ର ଜଣକ ହେଉଛନ୍ତି ଶରଧାପୁର ଗ୍ରାମର ସିଲୁ ଗୌଡ଼ (୨୦)। ସିଲୁଙ୍କୁ କ୍ଷତାକ୍ତ ଅବସ୍ଥାରେ ଗ୍ରାମର ଗମ୍ଭାରୀନାଳ ନିକଟ କନ୍ଧୁଣୀ ଦେବୀ ମନ୍ଦିର ଠାରୁ କିଛି ଦୂରରେ ଠାବ କରାଯାଇଛି। ଶରଧାପୁର ଗ୍ରାମର ସିଲୁ ‌‌‌ହିଞ୍ଜିଳିକାଟୁ ନିକଟ ପୋଚିଲିମାରେ ଏକ ଆଇଟିଆଇ ଅନୁଷ୍ଠାନରେ ଦ୍ବିତୀୟ ବର୍ଷରେ ପଢୁଥି‌େଲ। ଆଜି ସେ କ୍ଲାସରୁ ଫେରି ଛେଳି ଗୋଠ ନେଇଥିବା ତାଙ୍କ ଭାଇ କାହ୍ନୁଙ୍କ ପାଖକୁ ଯାଇଥିଲେ। ସେଠାରୁ କାହ୍ନୁ ଘରକୁ ଫେରିଥିବା ବେଳେ ସିଲୁ ଏକୁଟିଆ ଥିଲେ। ଅପରାହ୍ନ ପ୍ରାୟ ୨ଟା ବେଳେ ସାନ ଭାଇ ମିଲୁ ଖାଇବା ନେଇ ସିଲୁଙ୍କୁ ଦେଇ ଥିଲେ।

ହେଲେ ସନ୍ଧ୍ୟା ୫ଟା ବେଳେ ତାଙ୍କ ଶବ ଗମ୍ଭାରୀନାଳ ନିକଟ କନ୍ଧୁଣୀ ଦେବୀ ମନ୍ଦିର ଠାରୁ କିଛି ଦୂରରେ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଆସିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲ।। ସିଲୁଙ୍କ ମୁଣ୍ଡ ଓ ବେକରେ ଆଘାତ ଲାଗିଥିବା ବେଳେ‌ କୌଣିସି ମାରଣାସ୍ତ୍ର‌େର ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe