ଗଞ୍ଜାମ: ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ପରେ ୩ ପ୍ଲାଟୁନ ପୁଲିସ ମୁତୟନ

Advertisment
ଗଞ୍ଜାମ: ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ପରେ ୩ ପ୍ଲାଟୁନ ପୁଲିସ ମୁତୟନ

ଗଞ୍ଜାମ: ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ଗଞ୍ଜାମ ଜିଲ୍ଲା ବୁଗୁଡା ପିପୁଲସ୍‌ କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହୋଇଛି। କଲେଜ ପରିସରରେ ଶୁକ୍ରବାର ପ୍ରବଳ ଗଣ୍ଡଗୋଳ ହେବାରୁ ଶନିବାର ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ବାଚନ ବାତିଲ କରି ଦିଆଯିବା ପରେ ଛାତ୍ରମାନେ ଅଧିକ ଉତ୍ତେଜିତ ଦେଖାଯାଇଛନ୍ତି। ସୂଚନା ମିିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ରିପୋର୍ଟ ଲେଖାଯିବା ବେଳକୁ ୩ ପ୍ଲାଟୁନ ପୁଲିସ ମୁତୟନ ଅଛନ୍ତି।

publive-image

ସୂଚନାଯୋଗ୍ୟ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଶୁକ୍ରବାର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ଏହି ଘଟଣାରେ ୭ ଜଣ ଛାତ୍ର ଆହତ ହୋଇଥିଲେ। ଏଥିରେ ଏବିଭିପି ସମର୍ଥିତ ନାଟ୍ୟ ସଂପାଦକ ପ୍ରାର୍ଥୀ ନାରାୟଣ ସେଠୀଙ୍କ ମୁଣ୍ଡ ଫାଟିଥିବା ବେଳେ ବାମ ହାତରେ ଗଭୀର ଆଘାତ ଲାଗିଛି। ନାରାୟଣଙ୍କୁ ହସ୍ପିଟାଲ ନେଇ ଯାଇଥିବା ଅନ୍ୟ ଛାତ୍ରମାନେ ପୁଲିସର ଉପସ୍ଥିତିରେ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe