ଘର ଭିତରେ ଦଉଡି ଦେଇ ଯୁବକଙ୍କ ଆତ୍ମହତ୍ୟା

Advertisment
ଘର ଭିତରେ ଦଉଡି ଦେଇ ଯୁବକଙ୍କ ଆତ୍ମହତ୍ୟା

ଭଞ୍ଜନଗର: ଭଞ୍ଜନଗର ଥାନା ଅଧୀନରେ ଥିବା ଦାମୁଣ୍ଡି ଗ୍ରାମରେ ଜଣେ ବ୍ୟକ୍ତି ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି। ଉକ୍ତ ବ୍ୟକ୍ତିଙ୍କ ନାମ ଶୁଭେନ୍ଦୁ କୁମାର ନାୟକ (୨୮) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଶୁଭେନ୍ଦୁ ନାୟକ ଭଞ୍ଜନଗର ବାଟାଲାଇନ ଅଞ୍ଚଳରେ ଭଡାରେ ରହୁଥିଲେ । ଏବଂ ଏକ ଦୋକାନରେ କାମ କରୁଥିଲେ। ତାଙ୍କ ସ୍ତ୍ରୀ ଓ ପିଲାଛୁଆ ମଧ୍ୟ ଥିବା ଜଣାପଡ଼ିଛି। ତେବେ ଗତକାଲି ସେ ତାଙ୍କ ସ୍ତ୍ରୀଙ୍କୁ କବାଟ ଦେବାକୁ କହିଥିଲେ। ସ୍ତ୍ରୀ କବାଟ ଦେବାକୁ ମନା କରିବାରୁ ଶୁଭେନ୍ଦୁ ଏଥିରେ ରାଗି ଯାଇ ଭିତର ପଟୁ କବାଟ ଦେଇ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ। ତାଙ୍କୁ ଭଞ୍ଜନଗର ମେଡିକାଲ ନିଆଯାଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତବୋଲି ଘୋଷଣା କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଶୁଭେନ୍ଦୁ ନାୟକଙ୍କ ମୃତ୍ୟୁ କାରଣ ସ୍ପଷ୍ଟ ହୋଇ ପାରି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe