ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଗିରଫ

Advertisment
ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଗିରଫ

ପୀଡ଼ିତାଙ୍କ ବୟାନ୍‌ ରେକର୍ଡ
ମୋବାଇଲ୍‌, ବାଇକ୍‌ ଜବତ

ଭଂଜନଗର/ଜଗନ୍ନାଥପ୍ରସାଦ : ଗତକାଲି ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧୀନ ତାମନାଡ଼ ଗାଁର କାଜୁବଗିଚା (ବାଲିଆବାଢ଼)ରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ତନାଘନା ଆରମ୍ଭ ହୋଇଛି। ନାବାଳିକାଙ୍କୁ ତାଙ୍କ ପ୍ରେମିକଙ୍କ ସହ ମିଶି ୪ ଜଣ ଦୁଷ୍କର୍ମ କରିଥିବା ତଦନ୍ତ ବେଳେ ଜଣାପଡ଼ିଛି। ଜଗନ୍ନାଥପ୍ରସାଦ ଥାନାରେ ମାମଲା ରୁଜୁ ପରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୀଡ଼ିତା ନାବାଳିକା ଏବଂ ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ବ୍ରହ୍ମପୁର ବଡ଼ ମେଡିକାଲରେ କରାଯାଇଛି। ଆସନ୍ତାକାଲି ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି। ସେହିପରି ଏକ ମୋବାଇଲ୍‌ ଫୋନ୍‌ ଓ ବାଇକ୍‌ ବି ଜବତ ହୋଇଛି। ଉକ୍ତ ମୋବାଇଲ୍‌ରେ ଘଟଣା ବେଳର ସମସ୍ତ ରେକର୍ଡିଂ କରାଯାଇଛି।

ମିଳିଥିବା ସୂଚନାନୁସାରେ, ନାବାଳିକାଜଣକ କାଜୁ ବଗିଚାକୁ ଶୌଚ ହେବାକୁ ଯାଇଥିଲେ। ନାବାଳିକାଙ୍କ ସହ ପ୍ରେମ ସଂପର୍କ ରଖିଥିବା ବୁରପଲ୍ଲୀ ଗାଁର କାଳୁ ନାୟକ ସେଠାରେ ପହଞ୍ଚିଥିଲା। ନାବାଳିକାଙ୍କ ଇଚ୍ଛା ବିରୋଧରେ ସେ ପ୍ରଥମେ ଦୁଷ୍କର୍ମ କରିଥିଲା। କିଛି ସମୟ ପରେ ହନୁକାଳିଆ ଗ୍ରାମର ବାବୁ ବେହେରା (୩୨), ତାମନାଡ଼ର ଗୌର ନାୟକ(୨୭), ଗେରେଡା ଗ୍ରାମର ରବି ନାୟକ(୨୪) ସେଠାରେ ପହଞ୍ଚି ନାବାଳିକାଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିବା ସହ ମୋବାଇଲ୍‌ରେ ଫଟୋ ଓ ଭିଡିଓ ଉଠାଇଥିଲେ। ନାବାଳିକା ଜଣକ ଫେରିବାରେ ବିଳମ୍ବ ହେବା ଯୋଗୁଁ ତାଙ୍କ ମା’ ଓ ଅନ୍ୟ ଦୁଇ ମହିଳା କାଜୁ ବଗିଚାକୁ ଯାଇଥିଲେ। ସେମାନଙ୍କୁ ଦେଖି ତିନି ଜଣ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଥିବା ବେଳେ ବାବୁ ବେହେରାକୁୁ ସେମାନେ କାବୁ କରି ନେଇଥିଲେ। ପରେ ପୁଲିସ କାର୍ଯ୍ୟାନୁଷ୍ଠାନରେ କାଳୁ ଓ ଅନ୍ୟ ଅଭିଯୁକ୍ତମାନେ ବି ଧରାପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe