Advertisment

ପାନୀୟ ଜଳ ସମସ୍ୟା ସମାଧାନରେ ବିଫଳ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ: କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

Advertisment
ପାନୀୟ ଜଳ ସମସ୍ୟା ସମାଧାନରେ ବିଫଳ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ: କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

ପାରଳାଖେମୁଣ୍ଡି: ପାନୀୟ ଜଳର ସମସ୍ୟା ଦୂର କରିବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ ପରେ ସମସ୍ୟା ସମାଧାନ କରିବା ପ୍ରତିଶ୍ରୁତି ଦେଇ ଭୁଲି ଯାଇଥିଲେ ବିଭାଗର ଅଧିକାରୀମାନେ। ପ୍ରତିଶ୍ରୁତି ପୂରଣ ନହେବାରୁ ଆଜି ରାୟଗଡ଼ ବ୍ଳକର ଏସ. କରଡା ସିଂ ପଞ୍ଚାୟତ ଏବଂ ଲାଇଲାଇ ପଞ୍ଚାୟତର ଶତାଧିକ ଗ୍ରାମବାସୀମାନେ କାର୍ଯ୍ୟାଳୟ ଘେରାଉ କରିଥିଲେ।

ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ତରଫରୁ ଗତ ଆଠ ମାସ ହେଲା ଲିଖିତ ଭାବେ ଅଭିଯୋଗ ଦେବାପରେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ କାହିଁକି ବୋଲି ଆନ୍ଦୋଳନରତ ଲୋକେ ଅଡ଼ି ବସିଥିଲେ ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏଭଳି ଆବେହେଳାକୁ ବିରୋଧ କରି ପ୍ରାୟ ୨ଘଣ୍ଟା କାର୍ଯ୍ୟାଳୟ ଘେରାଉ କରିଥିଲେ। ଗ୍ରାମବାସୀମାନେ ସୂଚନା ଦେଇ କହିଥିଲେ କି ଗତ କିଛିଦିନ ହେଲା ଗ୍ରୀଷ୍ମ ତାପ ବୃଦ୍ଧି ପାଇଥିବା ଯୋଗୁଁ ଗାଁର ଝରପାଣି ସମ୍ପୂର୍ଣ୍ଣ ଭାବେ ଶୁଖିଲା ପଡ଼ିଛି ଯାହାଫଳରେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

publive-image
ଆନ୍ଦୋଳନ ସ୍ଥଳରେ ଭାରପ୍ରାପ୍ତ ଯନ୍ତ୍ରୀ ରବୀନ୍ଦ୍ର ଚୌଧୁରୀ ପହଞ୍ଚି ଲୋକମାନଙ୍କ ସହ ଆଲୋଚନା କରିବା ପରେ ପ୍ରତିଶ୍ରୁତି ଦେଇ କହିଛନ୍ତି କି ଏମାନଙ୍କ ସମସ୍ୟା ଗୋଟିଏ ମାସରେ ସମାଧାନ କରିବେ। ବିଶେଷ କରି ଏସ କରଡା ସିଂ ପଞ୍ଚାୟତର କରଣ ସାହି, ବିଷମପୁର ଗାଁରେ ଦୁଇଟି ସୌରଚାଳିତ ପାଣି ଟାଙ୍କି ନିର୍ମାଣ କରିବା ସହ ବିଷମ ପାଢ଼ୀ ଗାଁରେ ଏକ ନୂତନ ନଳକୂପ ଖନନ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନରୁ ହଟିଥିଲେ ଗ୍ରାମବାସୀ। ଯଦି ଏଭିଳି ସମସ୍ୟା ପୁଣିଥରେ କରନ୍ତି ତାହେଲେ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe