ଧମକ ଦେଇଥିଲେ, ହତ୍ୟା କଲେ : ବିଲରୁ ମହିଳାଙ୍କ ଶବ ଜବତ

Advertisment

ଅନାଥ ହୋଇଗଲେ ୩ ଝିଅ

ଅନାଥ ହୋଇଗଲେ ୩ ଝିଅ

ଧମକ ଦେଇଥିଲେ, ହତ୍ୟା କଲେ : ବିଲରୁ ମହିଳାଙ୍କ ଶବ ଜବତ

କୁକୁଡ଼ାଖଣ୍ଡି : କମେଣ୍ଟ ମରାର ପ୍ରତିବାଦ ଭଳି ଏକ ଛୋଟ ଘଟଣାରେ କିଛି ଦିନ ତଳେ ଧମକ ମିଳିଥିଲା। ଆଜି ହତ୍ୟାର ଶିକାର ହେଲେ ପ୍ରତିବାଦ କରିଥିବା ମହିଳା। ଗଂଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ବ୍ରହ୍ମପୁର ଉପକଣ୍ଠ ବେନ୍ଦାଳିଆ ଗ୍ରାମରେ ଆଜି ସକାଳେ ପ୍ରତିମା ବେହେରା(୩୮) ନାମକ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ଉଲଗ୍ନ ଅବସ୍ଥାରେ ପ୍ରତିମାଙ୍କ ଶବ ବିଲରୁ ମିଳିଛି। ତାଙ୍କ ଶ୍ୱାସରୁଦ୍ଧ କରି ହତ୍ୟା କରା ଯାଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ ସନ୍ଦେହ କରୁଛି। ଶବ ଉଲଗ୍ନ ଅବସ୍ଥାରେ ପଡ଼ିଥିବାରୁ ଦୁଷ୍କର୍ମ ସନ୍ଦେହକୁ ବି ପୁଲିସ ତଦନ୍ତ ପରିସରଭୁକ୍ତ କରିଛି। ଗତ କିଛି ଦିନ ତଳେ ପ୍ରତିମାଙ୍କୁ ହତ୍ୟା ଧମକ ମିଳିଥିବା ନେଇ ତାଙ୍କ ତିନି ଝିଅ ମଧ୍ୟ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ସଦର ଏସ୍‌ଡିପିଓ ଅଶୋକ ମହାନ୍ତି, ଥାନା ଅଧିକାରୀ ଶିବଶଙ୍କର ମହାପାତ୍ର ଓ ସାଇଣ୍ଟିଫିକ୍‌ ଟିମ୍‌ ଯାଇ ତଦନ୍ତ କରିଛନ୍ତି। ବ୍ରହ୍ମପୁର ବଡ଼ମେଡିକାଲରେ ଶବ ବ୍ୟବଚ୍ଛେଦ ହୋଇଛି। ଏ ନେଇ ସଦର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

ପ୍ରତିମାଙ୍କ ସ୍ୱାମୀ ତିନି ବର୍ଷ ତଳେ ମୃତ୍ୟୁବରଣ କରିଥିବା ବେଳେ ତିନି ଝିଅଙ୍କୁ ନେଇ ତାଙ୍କ ପରିବାର। ପ୍ରତିମା ଏକ ଘରୋଇ ବିଦ୍ୟାଳୟରେ ପିଅନ ଭାବେ କାମ କରୁଛନ୍ତି। ଗତ କିଛି ଦିନ ତଳେ କିଛି ଯୁବକ ପ୍ରତିମାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ସବୁଦିନ ଭଳି ଆଜି ମଧ୍ୟ ସକାଳୁ ପ୍ରତିମା ଗାଧୋଇବାକୁ ପୋଖରୀକୁ ଯାଇଥିଲେ। କିଛି ସମୟ ପରେ ବିଲ ଭିତରେ ଉଲଗ୍ନ ଅବସ୍ଥାରେ ତାଙ୍କ ଶବ ପଡ଼ିଥିବା ଅନ୍ୟ ଗ୍ରାମବାସୀ ଦେଖିବାକୁ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe