ବୁଗୁଡ଼ା : ଦେହରେ କିରୋସିନି‌ ଢାଳି ଆତ୍ମହତ୍ୟା କଲେ ମହିଳା

ବୁଗୁଡ଼ା : ଦେହରେ କିରୋସିନି‌ ଢାଳି ଆତ୍ମହତ୍ୟା କଲେ ମହିଳା

Telegraph India

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ମୋଟବାଡ଼ି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ନିିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ ଚିତ୍ରସେନ ଗୌଡ଼ଙ୍କ ପତ୍ନୀ ପୂର୍ଣ୍ଣବାସୀ ଗୌଡ଼ (୨୩)।

ଆଜି ମଧ୍ୟାହ୍ନ ସମୟରେ ମହିିଳାଙ୍କ ସ୍ୱାମୀ ଗାଈ ଚରେଇବାକୁ ଯାଇଥିବା ବେଳେ ଶାଶୁ ବାହାରକୁ ଯାଇଥିବା ସୁଯୋଗ ନେଇ ପୂର୍ଣ୍ଣବାସୀ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନି।

ଖବର ପାଇ ବୁଗୁଡ଼ା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ଓ ସବ ଇନ୍ସପେକ୍ଟର କାର୍ତ୍ତିକ ନାୟକ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବୁଗୁଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶରୀର ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ରହିଛି। ପୂର୍ଣ୍ଣବାସୀଙ୍କର ୪ ବର୍ଷ ଓ ୭ ମାସର ଦୁଇଟି କନ୍ୟା ସନ୍ତାନ ରହିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe