ନକଲି ବନ୍ଧୁକ ଦେଖାଇ ଲୋକଙ୍କୁ ଡରାଉଥିଲେ ଯୁବକ, କାବୁ କଲେ ସ୍ଥାନୀୟ ଲୋକ

Advertisment
ରାଜ୍ୟରେ ୧୮ହଜାର ୨୬୮ଲୋକଙ୍କ ହାତରେ ବନ୍ଧୁକ

www.jacksonville.com

ବ୍ରହ୍ମପୁର: ଖେଳନା ବନ୍ଧୁକ ଦେଖାଇ ଆତଙ୍କ ଖେଳାଇଥିବା ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରିବା ସହ ପୁଲିସର ଜିମା ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଲଙ୍ଗଳେଶ୍ୱର ଗାଁ ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଯାଞ୍ଚ ପରେ ବନ୍ଧୁକ ନକଲି ଥିବା ଜଣାପଡ଼ିଛି।

ଯୁବକଜଣଙ୍କ ହାତରେ ବନ୍ଧୁକ ଧରି ଗୁଳି କରିଦେବେ କହି ଆତଙ୍କ ଖେଳାଇଥିଲେ। ପରେ ଲୋକେ ତାଙ୍କୁ କାବୁ କରି ସ୍ଥାନୀୟ ଭେଜିପୁଟ ଫାଣ୍ଡିକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଧୁକ ଜବତ କରିବା ପରେ ଏହା ନକଲି ବୋଲି ଜଣାପଡ଼ିଛି। ସମ୍ପୃକ୍ତ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe