ଯୁବକଙ୍କୁ ସାହି ମଝିରେ ହାଣିଦେଲେ

ଯୁବକଙ୍କୁ ସାହି ମଝିରେ ହାଣିଦେଲେ

ଆସିକା : ଆସିକା ୭ ନମ୍ବର ଓ୍ଵାର୍ଡ ସୁନାମ୍ବ ସାହିରେ ଆଜି ମିଟୁ ଦାସ (୨୪) ନାମକ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଛି। ଆଜି ଦିନ ପ୍ରାୟ ୧୧ଟା ୪୫ରେ ସାହି ମଝିରେ ଏହି ଘଟଣା ଘଟିଛି। ମିଟୁଙ୍କୁ ଗାଁର ଜନୈକ ଆଇନଜୀବୀ ଅଜିତ୍‌ ନାୟକ ଓ ତାଙ୍କ ସହଯୋଗୀମାନେ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଖବର ପାଇ ଥାନା ଅଧିକାରୀ ସନ୍ତୋଷ କୁମାର ଜେନା ଓ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ମିଟୁଙ୍କୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରିଥିଲେ। ହେଲେ ଆସିକା ଡାକ୍ତରଖାନାରେ ମିଟୁଙ୍କୁ ମୃତ ଘୋଷଣା କରା ଯାଇଥିଲା। ଏନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ଯୁବ ବିଜେଡି ନେତା ପ୍ରତାପ ପୋଲାଇଙ୍କ ହତ୍ୟା ପରେ ପୁଣି ଆସିକା ସହରରେ ଏଭଳି ସ୍ପଷ୍ଟ ଦିବାଲୋକରେ ହତ୍ୟା ଘଟଣା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe