ବେକ ଓ ଦୁଇ ହାତ କାଟି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି

Advertisment
ବେକ ଓ ଦୁଇ ହାତ କାଟି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି

ଭଞ୍ଜନଗର: ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଧୀନସ୍ଥ ପେଣ୍ଠ ସାହିରେ ଆଜି ଜଣେ ଯୁବକ ବେକ ଓ ଦୁଇ ହାତକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାରସିଙ୍ଗି ଥାନା ଗ୍ୟାଲେରି ଫାଣ୍ଡି ଅଧିନ ଜଡ଼ାଘାତୁଣୀ ଗ୍ରାମର ବିଦୁର ଗୌଡ଼ (୪୮)ଙ୍କୁ ଗୁରୁତର ଅବସ୍ଥାରେ ପୁଲିସ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲା। ତାଙ୍କର ବେକରେ ଗଭୀର କ୍ଷତ ଚିହ୍ନ ଥିବା ସହ ଦୁଇ ହାତରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ବେଲଗୁଣ୍ଠା ପୁଲିସ ଆତ୍ମହତ୍ୟା ପାଇଁ ବ୍ୟବହାର କରିଥିବା ଏକ କାତିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ ସେ କିଛି ଦିନ ହେବ ବେଲଗୁଣ୍ଠା ଅଂଚଳର ଏକ ଦୋକାନରେ କାର୍ଯ୍ୟ କରୁଥିବା ବେଳେ ଆଜି ହଠାତ ଏଭଳି ଚରମ ପଦକ୍ଷେପ କାହିଁକି ନେଲେ ତାହା ସ୍ପଷ୍ଟ ହୋଇପାରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe