ଷ୍ଟେସନରୁ ଗଞ୍ଜେଇ ଜବତ, ମହିଳା ଗିରଫ

Advertisment
ଷ୍ଟେସନରୁ ଗଞ୍ଜେଇ ଜବତ, ମହିଳା ଗିରଫ

Sambad

ରାୟଗଡ଼ା: ଗଞ୍ଜେଇ ଚୋରା ଚାଲାଣ ସମୟରେ ରାୟଗଡ଼ା ରେଲୱେ ପୁଲିସ ଫୋର୍ସ (ଆରପିଏଫ୍) ଚଢ଼ଉ କରିଛି।  ଷ୍ଟେସନ ପରିସରରୁ ୧୦ କେଜି ଗଞ୍ଜେଇ ଜବତ ସହ ଜଣେ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳାଙ୍କ ନାମ ଜାନୁ ଖରା। ଘର କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ଅଞ୍ଚଳରେ। ଗଞ୍ଜେଇ ଜବତ ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯାଞ୍ଚ କରିବା ପରେ ପୁଲିସ ଗିରଫ ମହିଳାଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ମହିଳା ଜଣଙ୍କ ଦୁଇଟି ବ୍ୟାଗରେ ଗଞ୍ଜେଇ ଭର୍ତ୍ତି କରି ରାୟପୁର ଅଭିମୁଖେ ଯିବା ପାଇଁ ଟ୍ରେନକୁ ଅପେକ୍ଷା କରିଥିଲେ।

publive-image Sambad

ଆରପିଏଫ ସନ୍ଦେହ କରିବା ପରେ ମହିଳାଙ୍କୁ ଅଟକ ରଖି ବ୍ୟାଗ ଯାଞ୍ଚ କରିଥିଲା। ବ୍ୟାଗ ଯାଞ୍ଚ ସମୟରେ ଗଞ୍ଜେଇ ବାହାରିବା ପରେ ଆରପିଏଫ ଇନସପେକ୍ଟର ପଙ୍କଜ କୁମାର ଏ ସମ୍ପର୍କରେ ମାଜିଷ୍ଟ୍ରେଟଙ୍କୁ ଅବଗତ କରିଥିଲେ। ମାଜିଷ୍ଟ୍ରେଟ ଷ୍ଟେସନରେ ପହଞ୍ଚିବା ପରେ ତଦନ୍ତ କରି ଗଞ୍ଜେଇ ଜବତ ସହ ମହିଳାଙ୍କୁ କୋର୍ଟ ଚାଲାଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe