୪ କ୍ବିଣ୍ଟାଲ୍ ଗଞ୍ଜେଇ ସହ ଟ୍ରକ ଜବତ

Advertisment

ଜବତ ଗଞ୍ଜେଇର ମୂଲ୍ୟ ୨୧ ଲକ୍ଷ ୫୫ହଜାର

ଜବତ ଗଞ୍ଜେଇର ମୂଲ୍ୟ ୨୧ ଲକ୍ଷ ୫୫ହଜାର

୪ କ୍ବିଣ୍ଟାଲ୍ ଗଞ୍ଜେଇ ସହ ଟ୍ରକ ଜବତ

ରାୟଗଡ଼ା : ଗଞ୍ଜେଇ ଧରପଗଡ଼ରେ ରାୟଗଡ଼ା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଚୋରା ଚାଲାଣ ହେଉଥିବା ୪ କ୍ବିଣ୍ଟାଲ୍ ୩୧ କେଜି ଗଞ୍ଜେଇ ସହ ଅବକାରୀ ବିଭାଗ ଏକ ଟ୍ରକକୁ ଜବତ କରିଛି। ଟ୍ରକ୍ ଡ୍ରାଇଭର, ହେଲପର କୌଶଳକ୍ରମେ ଫେରାର ହୋଇଯାଇଛନ୍ତି।

୩୨୬ ନଂ ଜାତୀୟ ରାଜପଥର ପେଣ୍ଟା ଛକ ରାସ୍ତା କଡରେ ଏକ ଟ୍ରକ୍ ନଂ- (ଓଆର୨୧ସି-୩୭୩୭) ଆଜି ସକାଳେ ପାର୍କିଂ ହୋଇଥିଲା। ଏହି ସମୟରେ ଅବକାରୀ ସଦର ଥାନା ଓଆଇସି ସୂର୍ୟ୍ୟ ନାରାୟଣ ରଥଙ୍କ ନେତ୍ୱତ୍ୱରେ ସଦର ଥାନା ଓ କାଶୀପୁର ଷ୍ଟାଫ ପେଟ୍ରୋଲିଂ କରୁଥିଲେ। ରାସ୍ତାକଡରେ ଥିବା ଟ୍ରକକୁ ଦେଖି ଟିମର  ସନ୍ଦେହ ହେବା ପରେ ଟ୍ରକ୍ ନିକଟକୁ ଯାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଟ୍ରକ୍ ପଛ ଡାଲା ଏବଂ କ୍ୟାବିନରେ ଗଞ୍ଜେଇ ବାସ୍ନା ହେବାରୁ ଟିମ୍ ସନ୍ଦେହ କରି ଅଧିକ ଖାନତଲାସି କରିଥିଲେ। ଟ୍ରକରେ ଥିବା ୧୯ଟି ଜରି ବ୍ୟାଗକୁ ବାହାରକୁ ଅଣାଯିବା ପରେ ସେଥିରେ ଗଞ୍ଜେଇ ଥିବା ଜଣା ପଡିଥିଲା। ପରେ ଟ୍ରକଟିକୁ ରାୟଗଡ଼ା ଅବକାରୀ ଥାନାକୁ ଅଣାଯାଇଥିଲା। କୋଲନରା ତହସିଲଦାର ମାନସୀ ନାୟକଙ୍କ ଉପସ୍ଥିତରେ ଗଞ୍ଜେଇକୁ ଓଜନ କରାଯିବା ପରେ ୪ କ୍ବିଣ୍ଟାଲ୍ ୩୧ କେଜି ୪୦୦ ଗ୍ରାମ ଥିବା ଜଣା ପଡିଥିଲା। ଯାହାର ଆନୁମାନିକ ମୂଲ୍ୟ ୨୧ ଲକ୍ଷ ୫୫ ହଜାର।  ତେବେ ଜବତ ଗଞ୍ଜେଇ କେଉଁ ସ୍ଥାନକୁ ଚୋରା ଚାଲାଣ ହେଉଥିଲା ସେ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରଶନ୍ନ କୁମାର ନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe