ଚିତ୍ରକୋଣ୍ଡା ପୁଲିସ ଦ୍ବାରା ୯ କୁଇଣ୍ଟାଲ ଗଂଜେଇ ଜବତ, ଜଣେ ଗିରଫ

Advertisment
ଚିତ୍ରକୋଣ୍ଡା ପୁଲିସ ଦ୍ବାରା ୯ କୁଇଣ୍ଟାଲ ଗଂଜେଇ ଜବତ, ଜଣେ ଗିରଫ
ଚିତ୍ରକୋଣ୍ଡା :ଚିତ୍ରକୋଣ୍ଡା ପୋଲିସ ଆଜି ୯ କ୍ବିଣ୍ଟାଲ ଗଂଜେଇ ଜବତ ସହ ଜଣେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଏହା ସହିତ ଚୋରା ଚାଲାଣ କରାଯାଉଥିବା ବଲେରୋ ଗାଡ଼ିକୁ ଜବତ କରାଯାଇଛି ।
ସୂଚନା ଅନୁଯାୟୀ ଗତକାଲି ୧୭ ତାରିଖ ବିଳମ୍ବିତ ରାତିରେ ଚିତ୍ରକୋଣ୍ଡା ଥାନା ଅଧିକାରୀଙ୍କ ନେତୃତ୍ୱରେ ଗୋଟିଏ ଟିମ ଚିତ୍ରକୋଣ୍ଡାର ଜାନବାଇ ରାସ୍ତାରେ  ପେଟ୍ରୋଲିଂ କରୁଥିବା ସମୟରେ ଜାନବାଇ ପଟୁ ଆସୁଥିବା ଏକ ମହିନ୍ଦ୍ରା ବଲେରୋକୁ ଅଟକାଇ ଯାଞ୍ଚ କରିବା ସମୟରେ ସେଥିରେ ୩୦ଟି ବସ୍ତାରେ  ବିପୁଳ ପରିମାଣର ଗଂଜେଇ ଥିବା ଜାଣିବାକୁ ପାଇଥିଲା । ଏଥିସହ ପୋଲିସ ଉକ୍ତ ବୋଲେରୋ  ଗାଡି ନଂ (ଓଆର୨୪ବି୦୯୧୪ )  ଚଳାଉ ଥିବା ଲୋକକୁ ଗିରଫ କରିବା ସହ ଗାଡିକୁ  ମଧ୍ୟ ଜବତ କରି ଥାନାକୁ ଆଣିଥିଲା । ଚିତ୍ରକୋଣ୍ଡା ଥାନାରେ ଜବତ ୩୦ ପକେଟ  ଗଂଜେଇକୁ ଓଜନ କରାଯିବା ପରେ ତାହା ୯୦୦ କେଜି ଥିବା ଜଣାପଡ଼ିଥିଲା । ଅଭିଯୁକ୍ତର କହିବା ଅନୁଯାୟୀ ସବୁ ଗଂଜେଇ ପଡୋଶୀ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ କରାଯାଉଥିଲା । ଗିରଫ ଅଭିଯୁକ୍ତ ଜଣକ ହେଲା ବଡ଼ପଦର ପଂଚାୟତ ଅନ୍ତର୍ଗତ  ପନସଗନ୍ଧି ଗ୍ରାମର ଲେବିଓ ପାଙ୍ଗି (୨୬) । ପୋଲିସ ଅଭିଯୁକ୍ତ ନିକଟରୁ ଗୋଟିଏ ମୋବାଇଲ ଫୋନ, ନଗଦ ୧୨୦୦ଟଙ୍କା ଜବତ କରିଛି । ଜବତ ଗଂଜେଇର ଅନୁମାନିକ ମୂଲ୍ୟ ୯୦,୦୦୦,୦୦ ରୁ ଅଧିକ ହେବ ବୋଲି ପୋଲିସ କହିଛି । ଜବତ ଗଂଜେଇ ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe