ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛକ ନିକଟରୁ ୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛକ ନିକଟରୁ ୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

Sambad

ଖୋର୍ଦ୍ଧା: ଏକ କାରରେ କନ୍ଧମାଳରୁ ଖୋର୍ଦ୍ଧା ଗଞ୍ଜେଇ ଆସୁଥିବା ସୂଚନା ପାଇ ଆଜି ମଙ୍ଗଳବାର ସକାଳେ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ନିକଟ ଚଣ୍ଡିଚୁଆ ଛକ ନିକଟରେ ତନଖି ଆରମ୍ଭ କରିଥିଲେ। ଯାଞ୍ଚରେ ୬ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ସୂଚନାନୁସାରେ, ଗୁଇନ୍ଦା ସୂଚନା ଆଧାରରେ ଆଜି ମଙ୍ଗଳବାର ସକାଳେ ଖୋର୍ଦ୍ଧା ଭ୍ରାମ୍ୟମାଣ ଅବକାରୀ ୟୁନିଟ୍‌ର ନିରୀକ୍ଷକ ଜୟନ୍ତୀ ସ୍ବାଇଁଙ୍କ ନେତୃତ୍ବରେ ଏକ ଟିମ୍‌ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟ ଛକ ଠାରେ ଜଗି ରହି ସନ୍ଦିଗ୍ଧ ଗାଡ଼ିଗୁଡ଼ିକର ଯାଞ୍ଚ କରିଥିଲେ। ଏହି ସମୟରେ କନ୍ଧମାଳରୁ ଖୋର୍ଦ୍ଧା ଆସୁଥିବା ଏକ ଇଣ୍ଡି‌ଗୋ ଇସିଏସ୍‌ କାର (ଓଡି ୦୨ ଟି୬୮୧୦)ରୁ ତିନିଟି ବସ୍ତାରେ ଭର୍ତ୍ତି ୬୦ କିଲୋଗ୍ରାମ ଗଞ୍ଜେଇ ମିଳିଥିଲା।

ଏହି ମାମଲାରେ ଗାଡ଼ିର ଚାଳକ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଧୀନ ବାଟଗୁଡ଼ାର ଲୋକନାଥ ମଲ୍ଲିକ (୩୦) ଓ କେ ନୂଆଗାଁ ଥାନା ଅଧୀନ କୁଦୁତୁଲିର ଆକାଶ ମଲ୍ଲିକ (୨୧)। ଉଭୟଙ୍କ ବିରୋଧରେ ୩୬/୨୦୨୩ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ଲକ୍ଷ ଟଙ୍କା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe