ଗଜପତିରୁ ଭୁବନେଶ୍ୱର ଗଞ୍ଜେଇ ଚାଲାଣ, ୧୨୫ କିଲୋ ଗଞ୍ଜେଇ ଜବତ, ୨ ଗିରଫ 

Advertisment
ଗଜପତିରୁ ଭୁବନେଶ୍ୱର ଗଞ୍ଜେଇ ଚାଲାଣ, ୧୨୫ କିଲୋ ଗଞ୍ଜେଇ ଜବତ, ୨ ଗିରଫ 

Sambad

ଖୋର୍ଦ୍ଧା: ଗଜପତି ଜିଲ୍ଲାରୁ ଭୁବନେଶ୍ୱର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଖୋର୍ଦ୍ଧା ଅବକାରୀ ବିଭାଗ ସନ୍ଦିଗ୍ଧ ମିନି ଟ୍ରକକୁ ଅଟକାଇ ୧୨୫ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାନୁସାରେ, ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଏକ ମହିନ୍ଦ୍ରା ସୁପ୍ରା ମିନି ଟ୍ରକ୍ (ଓଡି ୨୫ଜି ୪୫୩୬)ରେ ବିପୁଳ ଗଞ୍ଜେଇ ଭୁବନେଶ୍ୱର ଚାଲାଣ ହେଉଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ସୂଚନା ଆଧାରରେ ଖୋର୍ଦ୍ଧା ଅବକାରୀ ବିଭାଗ ଛତ୍ରମା ରାସ୍ତା ନିକଟ ପଣ୍ଡିତ ଢାବା ନିକଟରେ ମିନି ଟ୍ରକ୍ଟିକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚରେ ଟି ପ୍ୟାକେଟରେ ୧୨୫ କିଲୋଗ୍ରାମ ଗଞ୍ଜେଇ ମିଳିଥିଲା।

ଏହା ସହ ଗଞ୍ଜେଇ ବିକ୍ରିରୁ ମିଳିଥିବା ୫୬,୫୦୦ଟଙ୍କା ଜବତ କରିଥିଲା। ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ୬ ଲକ୍ଷ ୩୦ହଜାର ଟଙ୍କା ହେବ। ଏନେଇ ଅବକାରୀ ବିଭାଗ ଏନଡ଼ିପିଏସର ଧାରା ୨୦ (ଖ)ରେ ୪୬/୨୦୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ମୋହନା ବୁଦୁନି ଗାଁର ସୁଜୟ ମଲ୍ଲିକ (୨୯), ପୁରୀ ଡେଲାଙ୍ଗା- ଅଙ୍କୋଇର ଶ୍ରୀଧର ପାତ୍ର (୬୬)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe