୩୫୨ କିଲୋ ଗ‌‌ଞ୍ଜେଇ ଜବତ, ୩ ଗିରଫ

Advertisment
୩୫୨ କିଲୋ ଗ‌‌ଞ୍ଜେଇ ଜବତ, ୩ ଗିରଫ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସକୁ ମିଳିଛି ବଡ ସଫଳତା। ଚିତ୍ରକୋଣ୍ଡା ପୁଲିସ ଦ୍ୱାରା ଗଞ୍ଜେଇ ଜବତ କରିବା ସହ ୩ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ ଜରାଯାଇଛି। ଚିତ୍ରକୋଣ୍ଡା ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ରେଖାପଲ୍ଲୀ ଗ୍ରାମ ଓଆଟାରୁ ଆନ୍ଧ୍ରପ୍ରଦେଶର ଦାରକୋଣ୍ଡା ଗ୍ରାମ ପଟକୁ କ୍ଷୀପ୍ର ଗତିରେ ଏକ ଅଟୋ ଯାଉଥିବା ବେଳେ ପୁଲିସ ଅଟୋକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ୧୪ ପ୍ୟାକେଟ ଗଞ୍ଜେଇ ରହିଥିବା ପୁଲିସ ଜାଣିବାକୁ ପାଇଥିଲେ। ଏହି ଗଞ୍ଜେଇକୁ ଓଜନ କରିବା ପରେ ସେଥିରେ ୩୨୫୨ କିଲୋ ୮୦୦ ଗ୍ରାମ ଗଞ୍ଜେଇ ରହିଥିବା ପୁଲିସ ଏସ୍ଡ଼ିପିଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଛନ୍ତି।ଗଞ୍ଜେଇ ଜବତ କରିବା ସହ ୩ ଜଣ ଅସାମୀକୁ ମଧ୍ୟ ଗିରଫ କରାଯାଇଛି। ସେମାନେ ହେଲେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବଙ୍ଗରୁପଡା ଗ୍ରାମର ଅର୍ଜୁନ ଶୀଶା(୨୧) ଓ ଲବ ପାଙ୍ଗି(୩୩), ଆନ୍ଧ୍ରର ସିଲେରୁ ଥାନା ଅନ୍ତର୍ଗତ ଦୁପ୍ଲାବଡା ଗ୍ରାମର କିଲୋ ସୁକୁ(୩୮)।

ଅସମୀମାନଙ୍କ ଠାରୁ ଗୋଟିଏ ମଟର ସାଇକେଲ, ୩ଟି ମୋବାଇଲ ଫୋନ, ୬୮୭୦ ଟଙ୍କା ନଗଦ, ଆଧାର କାର୍ଡ ଇତ୍ୟାଦି ଜବତ କରିଥିଲା। ଏଠାରେ ସୂଚନାଯୋଗ୍ୟ ଯେ ଚିତ୍ରକୋଣ୍ଡା ଏସ୍ଡ଼ିପିଓ ଭାବେ ଅଂଶୁମାନ ଦ୍ବିବେଦୀ ଦାୟିତ୍ୱ ନେବା ପରେ ଗଞ୍ଜେଇ ଚାଲାଣ ରୋକିବାରେ ବିଶେଷ ସଫଳତା ପାଇଛି। ଏଥିସହ ଗଞ୍ଜେଇ ଗଛ ନଷ୍ଟ କରିବାରେ ମଧ୍ୟ ଅପୂର୍ବ ସଫଳତା ପାଇଛି। ଆଜି ସମସ୍ତ ଅସମୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe