୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

Advertisment
୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

Sambad

ନନ୍ଦପୁର: କୋରାପୁଟ ଜିଲ୍ଲା ପାଡୁଆ ପୁଲିସ ପକ୍ଷରୁ ସୀମାନ୍ତରେ କରାଯାଉଛି କଡ଼ା ପହଁରା। ଚୋରା ଚାଲଣ ରୋକିବା ପାଇଁ ପାଡ଼ୁଆ ପୁଲିସର ୨୪ ଘଣ୍ଟିଆ ନାକାବନ୍ଦୀ ସହ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପେଟ୍ରୋଲିଙ୍ଗ କଡାକଡି କରିଛି। ଗଞ୍ଜେଇ ମାଫିଆଙ୍କ ବିଭିନ୍ନ ଅବିନଭ ଉପାୟରେ ଚୋରା କାରବାରକୁ ନୂଆରୁ ୪ ଦେଉଥିବା ବେଳେ ପୁଲିସ ପାଇଁ ଚିନ୍ତା ପଡିଛି। ସେଥିପାଇଁ ସୀମାନ୍ତ ଅଞ୍ଚଳରେ ପୁଲିସ ପେଟ୍ରୋଲିଙ୍ଗକୁ ଜୋରଦାର କରିଛି। କୋରାପୁଟ ଏସପିଙ୍କ ନିର୍ଦେଶରେ ନନ୍ଦପୁର ଏସଡିପି ଓ ସଞ୍ଜୟ ମହାପାତ୍ରଙ୍କ ନେତୃତ୍ୱରେ ପାଡୁଆ ଥାନା ଅଧିକାରୀ ସରୋଜ କୁମର ମଲ୍ଲିକ, ଏସଆଇ ଶ୍ରୀ ବେନିଆ ଏକ ଟିମ ନେଇ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସୀମାନ୍ତ ଆଡୁ ଦ୍ରୁତ ଗତିରେ ଏକ ଗାଡିରେ ଦୁଇ ଜଣ ଯୁବକ ଆସୁଥିବା ଦେଖି ଗାଡି ଅଟକାଇ ଥିଲା ପୁଲିସ। ଗାଡ଼ିରେ ବିପୁ‌ଳ ମାତ୍ରାରେ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି।

ଗାଡିରେ ୧୪ ବସ୍ତା ଗଞ୍ଜେଇ ଥିବାବେଳେ ସ୍ଥାନୀୟ ଯୁବକ କୁନ୍ଦରା ଅଞ୍ଚଳର ବୋଲି ଜଣାପଡ଼ିଛି। ଆନ୍ଧ୍ର ସୀମାନ୍ତ ଅଞ୍ଚଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୁଲିସ ଜାଲରେ ଫସିଯାଇଛି। ବିଶେଷସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦେଶକ୍ରମେ ନନ୍ଦପୁର ଏସଡ଼ିପିଓଙ୍କ ନେତୃତ୍ଵରେ ପାଡ଼ୁଆ ପୁଲିସ କୁମ୍ଭିଗୁଡା ଗ୍ରାମ ନିକଟରେ ନାକାବନ୍ଦୀ କରି ଗାଡ଼ି ଯାଞ୍ଚ କରୁଥିଲା। ଏକ ଓମିନି କାର ଦ୍ରୁତ ଗତିରେ ଆସି ପୁଲିସ ବ୍ୟାରିକେଡ ଦେଖି ଗାଡ଼ି ବୁଲାଇ ଚାଲିଯିବା ସମୟରେ ଓଲଟି ପଡିଥିଲା। ପୁଲିସ ଘଟଣାସ୍ଥଳକୁ ଯାଇ ଦୁଇଜଣ ଗଞ୍ଜେଇ ମାଫିଆଙ୍କୁ କାବୁ କରିବା ସହ କାରରୁ ୧୪ ବସ୍ତା ଗଞ୍ଜେଇ ଜବତ କରିଥିଲା। ପ୍ରାୟ ୩ କ୍ବିଣ୍ଟାଲ ୫୦ କେଜି ଗଞ୍ଜେଇ ଥିବାବେଳେ ଏହାର ମୂଲ୍ୟ ପ୍ରାୟ ୩୫ ଲକ୍ଷ ହେବ ବୋଲି ପୁଲିସ ପକ୍ଷରୁ ସୂଜନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe