୩ ଥାନା ପକ୍ଷରୁ ଚଢ଼ଉ; ୧୨୬ ଏକର ସରକାରୀ ଜମିର ଗଞ୍ଜେଇ ଗଛକୁ ନଷ୍ଟ

୩ ଥାନା ପକ୍ଷରୁ ଚଢ଼ଉ; ୧୨୬ ଏକର ସରକାରୀ ଜମିର ଗଞ୍ଜେଇ ଗଛକୁ ନଷ୍ଟ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ନେତୃତ୍ବରେ ଲଗାତାର ଏକମାସ ହେଲା ମୁଦୁଲିପଡା, ଓର୍କେଲ ଏବଂ ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ବେଆଇନ ଭାବେ ଲଗାଯାଇଥିବା ଗଞ୍ଜେଇ ଗଛ ଗୁଡିକକୁ ନଷ୍ଟ କରିବାରେ ପୁଲିସ ସଫଳତା ପାଉଛି। ଏହି କ୍ରମରେ ଆଜି ମଧ୍ୟ ଏସଡିପିଓ ଶ୍ରୀ ଦ୍ବିବେଦୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ମୁଦୁଲିପଡା ଥାନା ପକ୍ଷରୁ ବଡଡୁରାଲ ପଞ୍ଚାୟତର ଦୁର୍ଗମ ଗାଦବାପଡା ଏବଂ ଦଳପତିପୁଟ ଗ୍ରାମ ନିକଟରେ ରହିଥିବା ୫୬ ଏକର ସରକାରୀ ଜମିରେ ଲଗାଯାଇଥିବା ୬୭ ହଜାର ୨୦୦ ବେଆଇନ ଗଞ୍ଜେଇ ଗଛକୁ ପୁଲିସ ନଷ୍ଟ କରିଛି। ସେହିପରି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାଵାଡା ପଞ୍ଚାୟତର ଡିସାରୀଗୁଡା ଗ୍ରାମ ନିକଟରେ ରହିଥିବା ୩୫ ଏକର ସରକାରୀ ଜମିରେ ଲଗାଯାଇଥିବା ୫୨ ହଜାର ୫୦୦ ଗ‌ଞ୍ଜେଇ ଗଛକୁ ଚିତ୍ରକୋଣ୍ଡା ପୁଲିସ ନଷ୍ଟ କରିଛି।

ଓର୍କେଲ ପୁଲିସ ପକ୍ଷରୁ ସୋମନାଥପୁର ପଞ୍ଚାୟତର ଅଲଙ୍ଗାଗୁଡା ଗ୍ରାମ ନିକଟରେ ଲଗାଯାଇଥିବା ୩୫ ଏକର ସରକାରୀ ଜମିରେ ଲଗାଯାଇଥିବା ୫୨ ହଜାର ୫୦୦ ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଛି। ଲଗାତାର ପୁଲିସ ପକ୍ଷରୁ ଚଢଉ କରାଯାଇ ଗଞ୍ଜେଇ ଗଛକୁ ନଷ୍ଟ କରାଯାଉଛି। ଏବେ ସୁଦ୍ଧା ପୁଲିସ ୨ ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛକୁ ନଷ୍ଟ କରିବାରେ ସଫଳତା ପାଇଛି। ଆଗକୁ ମଧ୍ୟ ଏହି ଚଢାଉ ଜାରି ରହିବ ବୋଲି ଏସଡିପିଓ ଶ୍ରୀ ଦ୍ବିବେଦୀ ପ୍ରକାଶ କରିଛନ୍ତି। ଅନ୍ୟଦିଗରେ ଗଞ୍ଜେଇ ମାଫିଆ ଏବଂ ନକ୍ସଲ ମଧ୍ୟରେ ଏକ ପ୍ରକାର ଭାଳେଣୀ ପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କୋଟି କୋଟି ଟଙ୍କା ଗଞ୍ଜେଇ ଗଛକୁ ନଷ୍ଟ ପୁଲିସ କରୁଥିବା ବେଳେ ଚଳିତ ବର୍ଷ ଚାଷୀ ଏବଂ ମାଫିଆ ମାନେ କ୍ଷତି ସହିବେ ବୋଲି ଆଲୋଚନା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe