ବିଡିଓଙ୍କ ବଦଳି ଓ ପିଡିଙ୍କ ଦୁର୍ନୀତିର  ତଦନ୍ତ ଦାବିରେ ୫ ଅଗଷ୍ଟରେ ଡିଆରଡିଏ ଅଫିସ ଘେରାଉ କରିବେ ଗାଁସାଥୀ ସଂଘ 

ବିଡିଓଙ୍କ ବଦଳି ଓ ପିଡିଙ୍କ ଦୁର୍ନୀତିର  ତଦନ୍ତ ଦାବିରେ ୫ ଅଗଷ୍ଟରେ ଡିଆରଡିଏ ଅଫିସ ଘେରାଉ କରିବେ ଗାଁସାଥୀ ସଂଘ 

ଭଦ୍ରକ: ଗତ ଜୁଲାଇ ୨୮ ତାରିଖରେ ଗାଁସାଥୀମାନଙ୍କ ସହିତ ହୋଇଥିବା ବିଭିନ୍ନ ଆଲୋଚନାର ପ୍ରସିଡିଂରେ ସି.ଡି.ଓ.-କମ୍- ଇ.ଓ., ଜିଲ୍ଳାପରିଷଦ ଭଦ୍ରକ କରିଥିବା ଚଞ୍ଚକତାର ତଦନ୍ତ କରାଯାଇ ପ୍ରସିଡିଂର ସଂଶୋଧନ କରିବା ଏବଂ ଭଣ୍ଡାରିପୋଖରୀ ବିଡିଓଙ୍କ ବଦଳି ଦାବି ନେଇ ଗାଁସାଥୀମାନେ ଅଗଷ୍ଟ ୫ ତାରିଖ ଜିଲ୍ଳାପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବା ସହ ଗଣଧାରଣାରେ ବସିବେ ବୋଲି ଆଜି ଭଦ୍ରକର ସୀତାରାମ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ବୈଠକରେ ଗାଁସାଥୀମାନେ ନିଷ୍ପତ୍ତି ନେଇଛନ୍ତି।

ଭଦ୍ରକ ଜିଲ୍ଳାର ବିଭିନ୍ନ ବ୍ଲକରେ ମନରେଗା କାର୍ଯ୍ୟରେ ଦୁର୍ନୀତି ହେଉଥିବା ନେଇ ଗାଁସାଥୀମାନେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି। ମନେରଗା କାମରେ ଜିଲ୍ଲାରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି। କିଛି ବଡ଼ ବାବୁ ଏହି ସବୁ ଦୁର୍ନୀତିରେ ସିଧାସଳଖ ଭାବେ ସଂପୃକ୍ତି ରହିଛନ୍ତି ଏମାନଙ୍କୁ ଭିଜିଲାନ୍ସ ଚଢ଼ାଉ କରାଗଲେ ବହୁ ତଥ୍ୟ ପଦାକୁ ଆସିପାରିବ।  ସେହିପରି ଭଣ୍ଡାରି ପୋଖରୀ ବ୍ଲକର ବିଡିଓଙ୍କ ଦୁର୍ନୀତି ସିଧାସଳଖ ପ୍ରମାଣିତ ହୋଇଥିଲେ ମଧ୍ୟ ଏହାର ତଦନ୍ତ କରାଯାଉ ନାହିଁ। ଏ ନେଇ ଗାଁସାଥୀମାନେ ଗତ ୨୮ ତାରିଖରେ ଆନ୍ଦୋଳନ କରିବା ପରେ ଏ ସଂକ୍ରାନ୍ତରେ ପ୍ରଶାସନ ଓ ଗାଁସାଥୀମାନେ ଏକତ୍ର ଆଲୋଚନା କରିଥିଲେ। ଆଲୋଚନାରେ ଯାହାସବୁ ନିଷ୍ପତ୍ତି ହୋଇଥିଲା ତାହାର ଏକ ପ୍ରସିଡିଂ ଗତ ୧ ତାରିଖରେ ଗାଁସାଥୀଙ୍କୁ ପ୍ରଦାନ କରାଯାଇଥିଲା।

ତେବେ ଏହି ପ୍ରସିଡିଂରେ ପ୍ରମୁଖ ଆଲୋଚ୍ୟ ବିଷୟକୁ ଚଞ୍ଚକତାର ସହିତ ବାଦ୍ ଦିଆଯାଇଛି। ଏଥିରେ ପିଡି ଡିଆର୍ଡିଏ ଚଞ୍ଚକତା କରିଥିବା ସ୍ପଷ୍ଟ ଅନୁମାନ କରି ଗାଁସାଥୀ ଜିଲ୍ଲାପାଳ ଏବଂ ଜିଲ୍ଳାପରିଷଦକୁ ଅବଗତ କରାଇଛନ୍ତି। ଏ ନେଇ ଆଜି ଗାଁସାଥୀ(ମେଟ୍)ମାନେ ସୀତାରାମ କଲ୍ୟାଣ ମଣ୍ଡପରେ ଏକତ୍ର ହୋଇ ବୈଠକ କରିଥିଲେ। ଏଥିରେ ଗାଁସାଥୀ(ମେଟ୍) ମିଳିତ କ୍ରିୟାନୁଷ୍ଠାନ କମିଟିର ରାଜ୍ୟ ସଂଯୋଜକ ଲକ୍ଷ୍ମୀଧର ବିଶ୍ଵାଳ ଯୋଗ ଦେଇ କହିଥିଲେ କି ଗତ ୨ବର୍ଷ ଧରି ଯେଉଁ ପଞ୍ଚାୟତ ଓ ବ୍ଲକ ସ୍ତରର ଅଧିକାରୀମାନେ ମନରେଗାର କାର୍ଯ୍ୟରତ ଗାଁସାଥୀ(ମେଟ୍)ମାନଙ୍କ ପ୍ରାପ୍ୟ ପ୍ରଦାନ କରି ନାହାନ୍ତି ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଂକ୍ରାନ୍ତରେ ୨୮ ତାରିଖର ଆଲୋଚନାରେ ନିଷ୍ପତ୍ତି ହୋଇଥିଲେ ମଧ୍ୟ ପ୍ରସିଡିଂରେ ସି.ଡି.ଓ.-କମ୍-ଇ.ଓ., ଜିଲ୍ଳାପରିଷଦ, ଭଦ୍ରକ ତାହାକୁ ବାଦ୍ ଦେଇଛନ୍ତି।

ସେହିପରି ଭଣ୍ଡାରିପୋଖରୀ ବ୍ଲକ ତେସିଂଗା ଗ୍ରାମରେ ମନରେଗା କାର୍ଯ୍ୟର ଦୁର୍ନୀତିକୁ ଗ୍ରାମବାସୀ ଧରି ଅଭିଯୋଗ କରିଥିଲେ ମଧ୍ୟ ଭଣ୍ଡାରିପୋଖରୀ ବିଡିଓଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ପରନ୍ତୁ ଏହାର ତଦନ୍ତ କମିଟିର ସଦସ୍ୟ ବିଡିଓଙ୍କୁ ରଖାଯାଇଥିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଶ୍ରୀ ବିଶ୍ଵାଳ କହିଥିଲେ। ତଦନ୍ତ ଦାୟିତ୍ଵ ବିଡିଓଙ୍କ ପାହ୍ୟାର ଉଚ୍ଚ ପଦସ୍ଥ ଅଧିକାରୀ ତଥା ଉପଜିଲ୍ଳାପାଳ ଭଦ୍ରକ ମନୋଜ ପାତ୍ରଙ୍କ ଦ୍ଵାରା ଏହାର ତଦନ୍ତ କରାଯିବାକୁ ବୈଠକରେ ଦାବି କରାଯାଇଥିଲା। ଏହାଛଡା ଅନ୍ୟାନ୍ୟ ବହୁ ଦାବି ସମ୍ପର୍କରେ ଆଲୋଚନା କରାଯିବା ସହ ପିଡିଙ୍କ ଚଞ୍ଚକତାର ତଦନ୍ତ ଏବଂ ଭଣ୍ଡାରିପୋଖରୀ ବିଡିଓଙ୍କ ବଦଳି ଦାବି ନେଇ ପ୍ରଶାସନକୁ ଦାବି କରାଯାଇଥିଲା। ପ୍ରଶାସନ ତୁରନ୍ତ ପଦକ୍ଷେପ ନନେଲେ ଅଗଷ୍ଟ ୫ ତାରିଖ ଶୁକ୍ରବାର ସକାଳ ୯ ଘଟିକାରେ ଶହଶହ ସଂଖ୍ୟାରେ ଗାଁସାଥୀ ଓ ତେସିଂଗା ଗ୍ରାମବାସୀ ପିଡି ଡିଆର୍ଡିଏଙ୍କ କାର୍ଯ୍ୟଳୟ ସମ୍ମୁଖରେ ଗଣଧାରଣାରେ ବସିବେ ବୋଲି ଜିଲ୍ଳା ପ୍ରଶାସନକୁ ଚେତବାନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe