ସ୍ବଚ୍ଛଭାରତର ସ୍ବପ୍ନ ଦେଖୁଥିବା ବାପୁଙ୍କ ତିରୋଧାନ ଦିବସରେ ସହରରେ ଜମିଛି କୁଢ଼କୁଢ଼ ଆବର୍ଜନା

Advertisment
ସ୍ବଚ୍ଛଭାରତର ସ୍ବପ୍ନ ଦେଖୁଥିବା ବାପୁଙ୍କ ତିରୋଧାନ ଦିବସରେ ସହରରେ ଜମିଛି କୁଢ଼କୁଢ଼ ଆବର୍ଜନା

Sambad

ଜୟପୁର: ସ୍ବଚ୍ଛଭାରତର ସ୍ବପ୍ନ ଦେଖିଥିଲେ ଜାତିର ଜନକ ମହାତ୍ମାଗାନ୍ଧୀ। ତେବେ ତାହା ପୁରଣ କରିବା ପାଇଁ ଏବେ ଚାଳିଛି ସ୍ବଚ୍ଛଭାରତ ମିଶନ। ତେବେ ଏହା ଜୟପୁର ସହରରେ ପୁରଣ ହେବ କି ନାହିଁ ସଂଦେହର ଦୋଛକିରେ। ସ୍ଥାନୀୟ ରାୟବାବୁ ଲାଇନ ଓ ମୁଖ୍ୟରାସ୍ତା ସଂଯୋଗ କରୁଥିବା ଛକରୁ ଆଜି ସକାଳୁ ନାଳରୁ ମଇଳା, ପଲିଥିନ ଝରି, ପ୍ଲାଷ୍ଟିକ ବୋତଲ ଆଦି ବାହାର କରାଯାଇଥିଲା। ଏହି ଛକରେ ଥିବା ପାଣି ଟାଙ୍କି ନିକଟରେ ଏସବୁକୁ ଡମ୍ପିଂ କରି ରଖାଯାଇଥିଲା।

ଦିନ ତମାମ ସେଭଳି ତାହା ପଡ଼ି ରହିଥିବା ବେଳେ ଏହି ରାସ୍ତା ଦେଇ ଯା’ ଆସ କରୁଥି‌ବା ଲୋକେ ନାକରେ ରୁମାଲ ଦେଇ ଯିବା ଆସିବା କରୁଥିବା ଦେଖିବାକୁ ମିଳିଥିଲା। ସେହିଭଳି ପାଣି ଟ୍ୟାଙ୍କକୁ ଏଠାରେ ବସାଯିବା ଦିନ ଠାରୁ ସଫା କରାଯାଇନଥିବା ସ୍ଥାନୀୟ ଦୋକାନୀ ମାନେ ଅଭିଯୋଗ କରିଛନ୍ତି। ଆଜି ଜାତିର ଜନକ ବାପୁଙ୍କ ତିରୋଧାନ ଦିବସରେ ଏହା ତାଙ୍କ ପ୍ରତି କେତେ ପୂଜ୍ୟପୂଜା ଓ ସମ୍ମାନ ତାହା ଚିନ୍ତା କରିବାର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe