ଗ୍ୟାସ ଟାଙ୍କି ଫାଟି ଜଣେ ଯୁବକ ଗୁରୁତର

Advertisment
ତେଲ ପରେ ଗ୍ୟାସ୍‌କୁ ନେଇ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ

ସୋରୋ: ବାଲେଶ୍ବର ଜିଲ୍ଲା ସୋରୋ ଅଞ୍ଚଳରେ ଗେରେଜରେ କାମ କରୁଥିବା ବେଳେ ଗ୍ୟାସ ଟାଙ୍କି ଫାଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବ୍ୟକ୍ତି ହେଲେ ଅଜ୍ଜିଜୁଲ ଖାନ(୩୫)।

ସୂଚନା ଅନୁସାରେ ସୋର ପୌରାଞ୍ଚଳ ପଠାଣ ମହଲା ଗ୍ରାମର ଅଜ୍ଜିଜୁଲ ଖାନ  ଉତ୍ତରେଶ୍ୱର ନିକଟରେ ଏକ ଗ୍ୟାସ ଓଲ୍ଡିଂ ଦୋକାନ କରିଛନ୍ତି। ଆଜି ସନ୍ଧ୍ୟାରେ ସେ ଓଲ୍ଡିଂ କରୁଥିବା ବେଳେ ହଠାତ ହାଇଡ୍ରୋଲିକ ଗ୍ୟାସ ଟାଙ୍କିଟି ଫାଟିଯିବାରୁ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡକ୍ଟରଖାନାକୁ ଆଣିଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ଡ଼ାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe