ନୂଆବର୍ଷର ଦ୍ବିତୀୟ ରବିବାର ପିକନିକ୍ ସ୍ଥଳ ଓ ଅମିଷବଜାରରେ ଭିଡ଼

Advertisment
ନୂଆବର୍ଷର ଦ୍ବିତୀୟ ରବିବାର ପିକନିକ୍ ସ୍ଥଳ ଓ ଅମିଷବଜାରରେ ଭିଡ଼

ଜୟପୁର: ନୂଆବର୍ଷର ପ୍ରଥମ ଦିନ ଶାମ୍ବଦଶମୀ ପଡ଼ିଥିବାରୁ ବହୁ ଲୋକେ ପିକନିକ୍ ଯାଇ ନ ପାରିବା ସହ ପାଟିରେ ଆମିଷ ବାଜିନଥିଲା। ଦ୍ବିତୀୟ ରବିବାର ଦିନ ଲୋକେ ପୁରା ‌ଦିନକୁ ଜମାଇଥିଲେ।  ଆମିଷ ଖାଇବା ପାଇଁ ବାର ଅନୁକୂଳ ଥିବାରୁ ଆଜି ବେପାର ଜୋର ଧରିଥିଲା। ସହର ନିକଟବର୍ତ୍ତୀ ପିକନିକ୍ ସ୍ପଟ ଗଡ଼ପଦର, ମାଳିକରଚି ୱାଟରଫଲ୍, ମାଳିଗୁଡା ଟନେଲ, ତେଲିଙ୍ଗିରୀ, ପାତ୍ରପୁଟ, ହାତୀଶାଳ, ଶୀତଳା ମନ୍ଦିର, ଏସ୍ ୱାଟରଫଲ, ‌‌ହଳଦିଆବ୍ରିଜ୍ , କୋଲାବ, ଓସିସି କଲୋନୀ ମୁଣ୍ଡିଗୁଡା, କୋରାପୁଟ ଘାଟି ଆଦି ସ୍ଥାନରେ ଲୋକେ ଭୋଜିଭାତ କରିଥିବା ଦେଖିବାକୁ ମିଳିଥିଲା।

publive-image

ଗତ ରବିବାର ଶାମ୍ବଦଶମୀ ଯୋଗୁଁ କମ ବେପାର ହୋଇଥିବାରୁ ଆଜି ମାଛ, ମାଂସ ଓ କୁକୁଡା ବେପାରୀ ମାନେ ବି ସବୁ ଜମା କରି ରଖିଥିଲେ। ସେଭଳି ଆଜି ସହରର ବହୁ ହୋଟେଲରେ ନୂଆ ନୂଆ ଆଇଟମ୍, ରିହାତି ସହ ସ୍ବତନ୍ତ୍ର ଅଫର ସବୁ ଦେଇଥିଲେ। ସକାଳୁ  ଆମିଷ ବଜାରରେ ଭିଡ଼ ଜମିଥିଲା। ଆଜି ଛତିଶଗଡ ଓ ଆନ୍ଧ୍ରରୁ ବ୍ରୟଲର କୁକୁଡା ସହ ଦେଶି କୁକୁଡାର ବିକ୍ରୀ ବି ଜୋର ହୋଇଥିଲା। ସେଭଳି  ମାଛ ବେପାରୀ ମାନେ ନିକଟବର୍ତି ଅଂଚଳର ପୋଖରୀ ନିଲାମରେ ନେବା ସହ ପଡେ଼ାଶୀ ଆନ୍ଧ୍ରପ୍ରଦେଶର ସାଲୁର ଓ ବିଶାଖାପାଟଣା, ଭିମିଲି, ବାଲୁଗାଁରୁ ସମୁଦ୍ର ଓପୋଖରୀମାଛ  ଆଣି ବିକ୍ରୀ କରିଥିଲେ। ‌ପୋଖରୀ ମାଛ କିଲୋ ପ୍ରତି ୨୦୦ରୁ ୨୨୦ଟଙ୍କା, ସମୁଦ୍ର ମାଛ ୨୨୦ରୁ ୩୫୦ଟଙ୍କା, ବ୍ରଏଲର କୁକୁଡା କିଲୋ ପ୍ରତି ୨୬୦ରୁ ୨୮୦ଟଙ୍କା, ଦେଶୀ କୁକୁଡା କିଲୋ ପ୍ରତି ୪୦୦ରୁ ୪୫୦ଟଙ୍କା ଓ ଛେଳି ମାଂସ କିଲୋ ପ୍ରତି ୬୫୦ରୁ ୭୦୦ଟଙ୍କାରେ ବିକ୍ରୀ କରିଥିଲେ। ଆଜି ପ୍ରାୟ ୩୦ଲକ୍ଷ ଟଙ୍କାର ମାଛ, ଛେଳି ମାଂସଓକୁକୁଡା ମାଂସ ବିକ୍ରୀ ହୋଇଥିବା ପି. ରାମୁ, ମହମ୍ମଦ ମୁନ୍ନା, ବୁଢ଼ୁ ନାୟକ, ଏମଡି ବାସା କହିଛନ୍ତି। ଆଜି କିଛି ବାହାଘର ରହିଥିବାରୁ ବେପାର ସାମାନ୍ୟ କମିଥିବା ଏମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe