ଘଡେଇ ରେସିଡେଣ୍ଟାଲ ବିଜ୍ଞାନ କଲେଜର ଅପୂର୍ବ ସଫଳତା

ଘଡେଇ ରେସିଡେଣ୍ଟାଲ ବିଜ୍ଞାନ କଲେଜର ଅପୂର୍ବ ସଫଳତା

ମାଲକାନଗିରି: ମାଲକାନଗିରି ସ୍ଥିତ ଘଡେଇ ରେସିଡେଣ୍ଟାଲ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅପୂର୍ବ ସଫଳତା ହାସଲ କରିଛନ୍ତି। ଚଳିତ ଯୁକ୍ତ ୨ ପରୀକ୍ଷାରେ ୨୦୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଅର୍ଥାତ ୧୦୦ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନରେ ସାଥୀ ତରଫଦାର ୮୫ ପ୍ରତିଶତ ଅର୍ଥାତ ୫୧୧ ମାର୍କ ରଖି ଟପର ହୋଇଛନ୍ତି।

ସେହିପରି ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ମାର୍କ ରଖିଛନ୍ତି ୮ ଜଣ ଛାତ୍ରଛାତ୍ରୀ।ସେମାନେ ହେଲେ ସାଥୀ ତରଫଦାର, ମନୀଷ‌ା ଅଧିକାରୀ, ପ୍ରେରଣା ସରକାର, ଆଲୋକ ପାଣିଗ୍ରାହୀ, ସଂଜୀବ ସରକାର, ଶ୍ରୀ ପ୍ରଧାନ, ସୁବାଶିଷ ପଟ୍ଟନାୟକ ଏବଂ ମିଥନ ପାଇକ। ଏହି ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପରୀକ୍ଷାରେ ୧୩୫ ଜଣ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୬୨ ଜଣ ଦ୍ବିତୀୟ ଏବଂ ୮ ଜଣ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ସେହିପରି ଘଡେଇ ଗ୍ରୁପର ଅନ୍ୟ ଏକ ଓମ ଭୁର୍ବଃବ ସ୍ବାହା ରେସିଡେଣ୍ଟାଲ କଲେଜରେ ମଧ୍ୟ ଶତ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି। ଏହି ମହାବିଦ୍ୟାଳୟର ପ୍ରବୀଣ ଚୌଧୁରୀ ୪୬୫ ମାର୍କ ରଖି ଟପର ହୋଇଛନ୍ତି। ସିମରନ ମଲ୍ଲିକ ୭୬ ପ୍ରତିଶତ ରଖିଥିବା ବେଳେ ପ୍ରିୟା ବୈଦ୍ୟ ୭୪ ପ୍ରତିଶତ ମାର୍କ ରଖିଛନ୍ତି। ଏହି ମହାବିଦ୍ୟାଳୟର ୬୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଶହେ ପ୍ରତିଶତ ପିଲା ପାସ କରିଛନ୍ତି।

ସୂଚନାଯୋଗ୍ୟ ଯେ ଏହି ପରୀକ୍ଷାରେ ୪୮ଜଣ ପ୍ରଥମ ସ୍ଥାନରେ ପାସ ହୋଇଥିବା ବେଳେ ୧୪ ଜଣ ଦ୍ବିତୀୟ ଏବଂ ୬ ଜଣ ତୃତୀୟ ସ୍ଥାନରେ ରହିଛନ୍ତି। ଘଡେଇ ଗ୍ରୁପର ଏହି ଦୁଇଟି ମହାବିଦ୍ୟାଳୟର ଶତପ୍ରତିଶତ ସଫଳତାରେ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ ଅଭିଭାବକ ମହଲରେ ଖୁସିର ଲହରି ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe