ଘଣାତେଲ ପ୍ରତି ବଢ଼ୁଛି ଆଗ୍ରହ: ଆଖି ଆଗରେ ପେଡ଼ା ହେଉଛି, ଅଧିକ ଦାମ୍ ଦେବାକୁ ରାଜି ଗ୍ରାହକ

ଘଣାତେଲ ପ୍ରତି ବଢ଼ୁଛି ଆଗ୍ରହ: ଆଖି ଆଗରେ ପେଡ଼ା ହେଉଛି, ଅଧିକ ଦାମ୍ ଦେବାକୁ ରାଜି ଗ୍ରାହକ

ଜୟପୁର: ଯୁଗବଦଳିବା ସହ ଲୋକଙ୍କ ଖାଦ୍ୟରେ ମଧ୍ୟ ପରିବର୍ତ୍ତନ ଘଟିଛି ଲୋକେ ପୁରୁଣାକୁ ଭୁଲି ନୂଆକୁ ଆପଣାଇବାକୁ ଲାଗିଛନ୍ତି। ଖାଦ୍ୟ ପ୍ରସ୍ତୁତି ବେଳେ ରୋଷେଇଶାଳରେ ପ୍ରଥମେ ତେଲ ହିଁ ଖୋଜା ପଡ଼େ। ଆଜିକାଲି ଲୋକେ ସ୍ବାସ୍ଥ୍ୟ ସଚେତନ ହୋଇ ତେଲ କମ୍ ଖାଉଛନ୍ତି ବା କମ୍ ଖାଇବାକଥା ଚିନ୍ତା କରୁଛନ୍ତି । କିଛି ଲୋକ ବିଦେଶରୁ ଆସୁଥିବା ଅଲିଭ ତେଲ ବି ଖାଇବା ଆରମ୍ଭ କରିଦେଲେଣି। ଇଏ ଗୋଟେ ଟ୍ରେଣ୍ଡ୍ ହୋଇଗଲାଣି । ରାଜଧାନୀରେ ଏବେ ଆଉଗୋଟେ ତେଲ ଲୋକପ୍ରିୟ ହେବାରେ ଲାଗିଛି। ତା' ହେଉଛି- ଘଣାତେଲ । ଅବଶ୍ୟ କିଛି ବଡ଼ କମ୍ପାନି ତାଙ୍କ ତେଲ ପ୍ୟାକେଟ ବା ବୋତଲ ଉପରେ ‘ଘଣାତେଲ' ବୋଲି ଲେଖୁଛନ୍ତି । କିନ୍ତୁ କିଛି ଲୋକ ନିଜ ଆଖିଆଗରେ ଘଣାରେ ପେଡ଼ା ହେଉଥିବା ତେଲକୁ ଅଧିକ ପସନ୍ଦ କରୁଛନ୍ତି। ଯଦିଓ ଏଥିପାଇଁ କିଛି ଅଧିକ ଦାମ୍ ଦେବାକୁ ପଡୁଛି। ଜୟପୁର ସହରରେ ୨ଟି ହାତ ଓ ଯନ୍ତ୍ରଚାଳିତ ଘଣା ପଡ଼ିଛି ବୋଲି ଜଣେ ବ୍ୟବସାୟୀ କହିଛନ୍ତି। ସେଠାରେ ସୋରିଷ ପେଡ଼ା ହେବା ସହ ଜଡ଼ା, ନଡ଼ିଆ, ରାଶି, ଚିନାବାଦାମ, ଜଡ଼ା, ବାଦାମ ଆଦି ପ୍ରାୟ ୫ପ୍ରକାର ତୈଳବୀଜ ପେଡ଼ା ହେଉଛି । ଗ୍ରାହକମାନେ ମଧ୍ୟ ନିଜେ ଆଣିଥିବା ବୀଜ ସେଠାରେ ପେଡ଼ି ପାରୁଛନ୍ତି। ଗ୍ରାହକ ଆଗରେ ଘଣାରୁ ତେଲ ବାହାରୁଛି ଓ ଖାଣ୍ଟିତେଲ କିଣି ଗ୍ରାହକ ଖୁସିରେ ନେଇଯାଉଛନ୍ତି।

କେଲ୍ଲାସାହି ଓ ପିଆରପେଟା ଛକ ପାଖରେ ଥିବା ଘଣାତେଲର ମାଲିକ କହିଛନ୍ତି ଏହା ତାଙ୍କ ପାରିବାରିକ ବ୍ୟବସାୟ। ପୂର୍ବରୁ ହାତରେ ପେଡ଼ା ଯାଉଥିଲା ଏବେ ୧୦ଏଚପି ଯନ୍ତ୍ରଚାଳିତ ଘଣା ଅଛି। ସେ ସେଠାରେ ନିଜେ କାମ କରନ୍ତି, ସହାଯ୍ୟ କରିବାଲାଗି ଆଉଜଣେ ଅଛନ୍ତି। ଶୀତଦିନରେ ଘଣାତେଲ ଲୋକେ ଅଧିକ ନିଅଛି ବୋଲି ସେ କହନ୍ତି। ଜୟପୁର ସହରରେ ୪ଟି ସ୍ଥାନରେ ସଂପୁର୍ଣ୍ଣ ରୁପେ ଏହି ଘଣା ପେଡ଼ା ତେଲ ବିକ୍ରୀ ଦୋକାନ ରହିଛି। ଏଠାରେ ରାଶି ତେଲ ଲିଟର ପିଛା ୪୫୦ଟଙ୍କା, ସୋରିଷ ତେଲ ୩୦୦ଟଙ୍କା, ନଡିଆ ତେଲ ୩୦୦ଟଙ୍କା, ଜଡ଼ା ତେଲ ୨୦୦ଟଙ୍କା ଓ ବାଦାମ ତେଲ ୩୬୦ଟଙ୍କାରେ ବିକ୍ରୀ କରୁଥିବା କହିଛନ୍ତି ବ୍ୟବସାୟୀ କେ.ଚିନ୍ନା ରାଓ। ପୂର୍ବରୁ ତାଙ୍କ ଘରେ ହାତରେ ଘଣା ପେଡ଼ୁଥିବା ମେସିନ୍ ରହିଥିଲା।ତେବେ ଶ୍ରମିକ ଅଭାବରୁ ତାହା ବନ୍ଦ କରି ଅନ୍ୟସ୍ଥାନରୁ କିଣି ଆଣି ବିକ୍ରୀ କରୁଥିବା କହିଛନ୍ତି ବ୍ୟବସାୟୀ ଚିନ୍ନା। ଜୟପୁର ବଜାରରେ ବେଶି ମାତ୍ରାରେ ରାଶିତେଲ, ନଡିଆ ତେଲର ଚାହିଦା ଅଧିକା ରହୁଛି। ଖାଣ୍ଟି ତେଲ ପାଇବା ପାଇଁ ଗ୍ରାହକ ମାନେ ଏହାକୁ ପସନ୍ଦ କରୁଛନ୍ତି।

ସେହିପରି ବର୍ଷ ତମାମ ବାଦାମ ତେଲର ଚାହିଦା ରହିଥିବା ବେଳେ ବର୍ଷା ଓଶୀତ ମାସରେ ସୋରିଷ ତେଲର ବିକ୍ରୀ ଅଧିକା ରହୁଥିବା କହିଛନ୍ତି ବ୍ୟବସାୟୀ। ପାରମ୍ପରିକ ବ୍ୟବସାୟ କରି ଆସୁଥିବା ଏହି ପରିବାର ଗୁଡ଼ିକୁ ସରକାରଙ୍କ ପକ୍ଷରୁ ପ୍ରତ୍ସାହନ କିମ୍ବା ନୂଆ ପଦ୍ଧତିରେ କିଭଳି ତେଲ ବାହାର କରିବେ ସେ ନେଇ ତାଲିମ ଦିଆଯାଉନି। ଜୟପୁର ସହରରେ ୪ଟି ହାତରେ ପେଲା ଘଣା ରହିଥିଲା। କାଳକ୍ରମେ ତାହା କମି କମି ଆସିବା ସହ ଏବେ ୨ଟି ରହିଛି। ସେହିପରି ଏହି ଖାଣ୍ଟି ତେଲ ବ୍ୟବସାୟୀଙ୍କ ସଂଖ୍ୟା ୨୦ ରହିଥିବା ବେଳେ କାଳକ୍ରମେ କମି କମି ୪ଜଣ ଓଘରକୁ ଘର ବୁଲି ଏହି ତେଲ ବିକ୍ରୀ କରୁଥିବା ଆଉ ୪ଜଣ ଏଭଳି ୮ଜଣ ହିଁ ଏହି ବ୍ୟବସାୟ କରୁଛନ୍ତି। ସଂପ୍ରତି ଡାକ୍ତରଙ୍କ ଠାରୁ ଆରମ୍ଭ କରି ଖାଦ୍ୟ ପରାମର୍ଶଦାତା ଖାଣ୍ଟି ତେଲ ଖାଇବାକୁ ପରାମର୍ଶ ଦେବା ପରେ ଯଦିଓ ଏହି ତେଲର ଚାହିଦା ବଢ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe