୧୩ତମ ଘରଚଟିଆ ଦିବସ ପାଳିତ

Advertisment
୧୩ତମ ଘରଚଟିଆ ଦିବସ ପାଳିତ

Sambad

ମାଲକାନଗିରି: ଜିଲ୍ଲା ସଦରମହକୁମା ବୁଟିଗୁଡ଼ା ଉଚ୍ଚ ବିଦ୍ୟାଳୟରେ ଆଜି ବିଶ୍ଵ ଘରଚଟିଆ ଦିବସ ପାଳିତ ହୋଇ ଯାଇଛି। ସମାଜସେବୀ ଦୀପାରାଣୀ ନାୟକଙ୍କ ପୌରହିତରେ ତଥା ଟିମ୍ ସଂଗଠନର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ବିନତି ପଡ଼ିଆମି, ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ, ହଷ୍ଟେଲ ପରିଚାଳକ ସଙ୍ଗୀତା ରାଣୀ ପାତ୍ର, ପ୍ରତିଭା ଭୂମିଆ, ଟିମ୍ ସମ୍ପାଦକ ରାମ କୃଷ୍ଣ ଚୌଧୁରୀ ଓ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରତିଭା ଭୂମିଆ ଉପସ୍ଥିତ ପିଲାମାନଙ୍କୁ ପରିବେଶ ପ୍ରତି ଶ୍ରଦ୍ଧା ଭାବନା ରଖିବା ନିମନ୍ତେ  ଆଗ୍ରହ କରିଥିଲେ। ମୁଖ୍ୟ ବକ୍ତା ରାମ କୃଷ୍ଣ ଭାଇ ପିଲାମାନଙ୍କୁ ଜିବେଦୟା, ହିଂସାରୁ ବିରତ ହେବା, ଶିକାର ନକରିବା, ଘରଚଟିଆ ଆମର କଣ ସବୁ ଉପକାରରେ ଆସେ, ପରିବେଶ ସନ୍ତୁଳନତା ରକ୍ଷା କରିବାରେ ଏହିସବୁ ଛୋଟ ଛୋଟ ପକ୍ଷୀ ମାନଙ୍କ କିଭଳି ଗୁରୁତ୍ଵ ଭୂମିକା ରହିଛି, ଏ ସମସ୍ତ ବିଷୟ ଉଦାହରଣ ଓ କାହାଣୀ ମାଧ୍ୟମରେ ବୁଝାଇଥିଲେ।

publive-image Sambad

ଦୀପା ଦିଦି ପିଲାଙ୍କୁ ପକ୍ଷୀ ବସା ତିଆରି, ଖାଦ୍ୟ ଦେବା, ଖରାଦିନେ ପାଣି ବ୍ୟବସ୍ଥା, ଅଧିକ ଅମଳ ନିମନ୍ତେ ସାର ବ୍ୟବହାର କିପରି ବିଷ ଯୁକ୍ତ ଶସ୍ୟ ଉତ୍ପାଦନ କରୁଛି, ଏହା କିପରି ପରିବେଶ ନଷ୍ଠ କରୁଛି ଓ ଏଥି ନିମନ୍ତେ ଆମେ ନିଜେ ସଚେତନ ହେବାସହ ନିଜ ସାଙ୍ଗସାଥୀ, ବନ୍ଧୁ ପରିଜନ ମାନଙ୍କୁ ଏ ବିଷୟରେ ସୂଚନା ଦେବା ସହ ସଚେତନ କରାଇବାର ଆମେ କିପରି ବାର୍ତ୍ତା ବାହକ ହେବା ସେଥିପାଇଁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଆଗ୍ରହ କରିଥିଲେ। ବିଦ୍ୟାଳୟ ପରିସର, ଛାତ୍ରାବାସ, ଜଙ୍ଗଲ ବିଭାଗ କାର୍ଯ୍ୟାଳୟ, ପୋଷ୍ଟ ଅଫିସ (ଜିଲ୍ଲା ମୁଖ୍ୟ ଡାକଘର), ଦୈନିକ ପରିବା ବଜାର, ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ପକ୍ଷୀ ପ୍ରେମୀ ମାନଙ୍କ ଘରେ, ତଥା ଯେଉଁ ସମସ୍ତ ସ୍ଥାନରେ ଏହି ଘରଚଟିଆ ସମୂହ ଭାବେ ରହୁଛନ୍ତି, ସେପରି ପ୍ରମୁଖ ସ୍ଥାନ ମାନଙ୍କରେ ଆବାସ ନିମନ୍ତେ ଘର, ଦାନ ପାତ୍ର, ପିଇବା ନିମନ୍ତେ ପାଣି ପ୍ରଭୁତି ବ୍ୟବସ୍ଥା ଗତ ଦିନମାନଙ୍କରେ ହୋଇଛି, ସେଗୁଡ଼ିକର ତଦାରଖ, ସଫେଇ, ଦାନା ପୂରଣ ପ୍ରଭୁତି ବ୍ୟବସ୍ଥା ସପ୍ତାହ ବ୍ୟାପୀ ଚାଲିବା ବୋଲି କହିଛନ୍ତି। ଏହି ଦାନା ପାତ୍ର, ଚଢ଼େଇ ବସା, ଜଳ ପାତ୍ର ପ୍ରଭୁତି ସୁଲଭ ମୂଲ୍ୟରେ ଟିମ୍ ସଂଗଠନ ତରଫରୁ ସମସ୍ତ ପକ୍ଷୀ ପ୍ରେମୀ ମାନଙ୍କୁ ଯୋଗାଇବା ନିମନ୍ତେ ଜିଲ୍ଲା ସଦରମହକୁମାରେ ଏକ ଷ୍ଟଲ୍ ସପ୍ତାହ ବ୍ୟାପୀ ଚାଲିବା ବୋଲି ରାମ କୃଷ୍ଣ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe