୭ରେ ଖୋଲିବ କେନ୍ଦୁଝରର ଧର୍ମାନୁଷ୍ଠାନ, ୧୮ରେ ଖୋଲିବ ଘଟଗାଁ ତାରିଣୀ ମନ୍ଦିର

Advertisment
୭ରେ ଖୋଲିବ କେନ୍ଦୁଝରର ଧର୍ମାନୁଷ୍ଠାନ, ୧୮ରେ ଖୋଲିବ ଘଟଗାଁ ତାରିଣୀ ମନ୍ଦିର

କେନ୍ଦୁଝର/ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁଠାରେ ଅବସ୍ଥିତ ମା' ତାରିଣୀଙ୍କ ମନ୍ଦିର ଆସନ୍ତା ୧୮ ତାରିଖରୁ ଖୋଲିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଆଜି ଜିଲ୍ଲାପାଳ ଆଶିଷ ଠାକରେ ଏହି ସୂଚନା ଦେଇଛନ୍ତି ।  ସାମ୍ବାଦିକମାନଙ୍କୁ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି ଯେ ଜିଲ୍ଲାରେ ଥିବା ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଆସନ୍ତା ୭ ତାରିଖରୁ ଖୋଲିବ।

ଜିଲ୍ଲାପାଳ ଶ୍ରୀ ଠାକ୍‌ରେ କହିଛନ୍ତି, ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସଦ୍ୟତମ ନିୟମାବଳୀ ଅନୁସାରେ କେନ୍ଦୁଝର ଜିଲ୍ଲାର ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି। ୭ ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର, ମସଜିଦ୍‌, ଚର୍ଚ୍ଚ ଓ ଗୁରୁଦ୍ୱାର ଇତ୍ୟାଦି ଖୋଲାଯିବ । ୧୮ ତାରିଖରୁ ଘଟଗାଁ ମା' ତାରିଣୀ ମନ୍ଦିର ଖୋଲିବ। ତାରିଣୀ ମନ୍ଦିରର ନବୀକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲୁଛି । ଟ୍ରଷ୍ଟବୋର୍ଡର ଅନୁରୋଧକ୍ରମେ ମା'ଙ୍କ ମନ୍ଦିର ଜାନୁଆରି ୧୮ରୁ ଖୋଲିବ ବୋଲି ଜିଲ୍ଲାପାଳ ଶ୍ରୀ ଠାକ୍‌ରେ କହିଛନ୍ତି।

ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ ମାର୍ଗଦର୍ଶିକାର ଅନୁପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। କଟକଣା ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିନା ନୋଟିସ‌ରେ ସଂପୃକ୍ତ ଧର୍ମାନୁଷ୍ଠାନକୁ ବନ୍ଦ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଠାକରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe