ଗଞ୍ଜାମ: ଭଞ୍ଜନଗରସ୍ଥିତ ଜାମ୍ପୋଲିରେ କିଛିଦିନ ହେବ ଭୂତପ୍ରେତ ଆତଙ୍କ ଦେଖା ଦେଇଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଦେଖା ଦେଇଛି। ଘରଛାଡ଼ି ଗ୍ରାମବସୀ ପିଲା ଛୁଆ ଧରି ଚାଲି ଯାଉଥିବା ବେଳେ ଆଉ କେହି କେହି ଭୟରେ ନିଜ ସମ୍ପର୍କୀୟଙ୍କ ଘରେ ଯାଇ ରହିଛନ୍ତି।
ସୂଚନାଯୋଗ୍ୟ, ତିନିଦିନ ତଳେ ଜାମ୍ପୋଲିରେ ରହୁଥିବା ଏକ ପରିବାର ତିନିଜଣଙ୍କ ଏକକାଳିନ ମୃତ୍ୟୁ ହୋଇଯାଇଥିଲା। ମୃତକ ମଧ୍ୟରୁ ଜଣେ ଦୁଇଜଣ ଶିଶୁ ଓ ଜଣେ ମହିଳା ଥିବା ଜଣାପଡ଼ିଛି। ଏତଦ୍ବ୍ୟତୀତ ଗ୍ରାମରେ ଛଅ/ସାତ ଜଣଙ୍କୁ ଝାଡାବନ୍ତି ହେବା ସହିତ ଜ୍ୱର ମଧ୍ୟ ହୋଇଥିଲା। ସେମାନେ ଏକ ତାନ୍ତ୍ରିକ ପାଖକୁ ଯାଇ ଝାଡ଼ି ହୋଇ ଆସିଲା ପରେ ସୁସ୍ଥ ଅଛନ୍ତି । ତେବେ ଏସବୁ କୌଣସି ଭୂତପ୍ରେତର ପ୍ରଭାବ ବୋଲି ଗ୍ରାମବାସୀ କହିଛନ୍ତି। ତେବେ ଏହି ନେଇ ଏକ ସନ୍ଧି ପୂଜାର ଆୟୋଜନ କରିବା ସହିତ ତାନ୍ତ୍ରିକକୁ ଆଣି ଗ୍ରାମ ବୁଲାଇ ଦେଖାଇଛନ୍ତି ଗ୍ରାମବାସୀ। ତେବେ ଗ୍ରାମଟି ଭଞ୍ଜନଗର ପୁଲିସ ଷ୍ଟେସନ୍ ନିକଟରେ ଥିବାର ତାନ୍ତ୍ରିକମାନେ ପୂଜାପାଠ କରିବାକୁ ସାହସ ଜୁଟାଇ ପାରୁ ନାହାନ୍ତି। ଗ୍ରାମରେ ଭୂତପ୍ରେତକୁ ଘଉଡାଇବା ପାଇଁ ହୋମଯଜ୍ଞଠାରୁ ଆରମ୍ଭ କରି ମନ୍ତ୍ରପାଠ କରାଯାଉଛି।
Follow Us