ନିଆଁରେ ପୋଡ଼ି ପାଞ୍ଚ ବର୍ଷର ଝିଅ ଗୁରୁତର

Advertisment
ପ୍ରାଥମିକ ବିଦ୍ୟାଳୟରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିିଲେ ଛାତ୍ରଛାତ୍ରୀ

Image Courtesy of Times Now

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡଖାଉଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ପାଞ୍ଚ ବର୍ଷର ଝିଅ ଚୁଲି ନିଆଁରେ ପୋଡ଼ି ଯାଇ ଗୁରୁତର ହୋଇଥିବା ସୂଚନା ମିଳିଛି। ଖବର ଅନୁଯାୟୀ ମୁଣ୍ଡଖାଉଗୁଡା ଗ୍ରାମର ମନୋସର ମୁଦୁଲିଙ୍କ ବଡ଼ ଝିଅ ନବିନା ମୁଦୁଲି(୫) ଆଜି ମଙ୍ଗଳବାର ସକାଳୁ ଗଣେଶ ପୂଜା ଉପଲକ୍ଷେ ଗାଧେଇବା ସହ ନୂତନ ପୋଷାକ ପିନ୍ଧି ଖୁସିରେ ଥିଲେ। ଗାଧେଇବା ପରେ ଥଣ୍ଡା ଲାଗିବା ଯୋଗୁଁ ଘରେ ନିଆଁ ଲାଗିଥିବା ଚୁଲି ନିକଟକୁ ଯାଇଥିଲେ। ସେହି ସମୟରେ ନବିନାଙ୍କ ମା ଚୁଲିରେ ଚାହା ବସାଇ କାଠ ପାଇଁ ବାହାରକୁ ଯାଇଥିଲେ। ମାଙ୍କ ଅନୁପସ୍ଥିତିରେ ନବିନା ଚାହରେ ଚିନି ପକାଇବା ପାଇଁ ଚୁଲି ଉପରେ ଥିବା ରେକରୁ ଚିନି କାଡିବା ସମୟରେ ନୂତନ ପୋଷାକର ତଳ ପଟରୁ ନିଆଁ ଲାଗି ଯାଇଥିଲା।
ନିଆଁ ଲାଗିବା ପରେ ନବିନା ଚିତ୍କାର କରିଥିଲା। ଚିତ୍କାର ଶୁଣି ପରିବାର ଲୋକ ତୁରନ୍ତ ଆସି ପାଣି ପକାଇବା ସହ ପୋଷାକ ଚିରି ଦେଇଥିଲେ। ଘଟଣା ପରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ଖାଲି ନଥିବା ଜାଣିବା ପରେ ମୁଣ୍ଡଖାଉଗୁଡାର ଏକ ଗାଡ଼ିରେ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ତେବେ ନବିନାର ଶରୀର ପ୍ରାୟ ୪୦ ରୁ ୫୦ ପ୍ରତିଶତ ନିଆଁ ରେ ପୋଡି ଯାଇଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe