ଜାମୁକୋଳି ଖାଇବାକୁ ଯାଇ ନାଳରେ ବୁଡ଼ିଗଲା ନାବାଳିକା

Advertisment
ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

ଦେବଗଡ଼: କାଳ ହେଲା ଜାମୁକୋଳି ଖାଇବା ସଉକ। ଗୋହିରା ନାଳରେ ବୁଡ଼ି ଗୁରୁବାର ଜଣେ ନାବାଳିକାର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ରିଆମାଳ ବ୍ଲକର ବୁଢୀକୁଟୁଣୀ ଗ୍ରାମର ମାର୍କାସ ମୁଣ୍ଡାଙ୍କ ଝିଅ ରଶ୍ମୀ (୧୦)। ପ୍ରାପ୍ତ ସୂଚନା ଅନୁଯାୟୀ, ଗୁରୁବାର ସକାଳେ ରଶ୍ମୀ ଓ ତାଙ୍କର ୩ଜଣ ସାଙ୍ଗ ଗୋହିରା ନାଳରେ ଥିବା ଏକ ଅସ୍ଥାୟୀ ରାସ୍ତାରେ ପାର ହୋଇ ନିକଟରେ ଥିବା ଜାମୁକୋଳି ଖାଇବା ପାଇଁ ଯାଇଥିଲେ। ତେବେ ରଶ୍ମୀ ଓ ତାଙ୍କର ସାଙ୍ଗମାନେ ଜାମୁକୋଳି ଖାଇବା ସହିତ ସଂଗ୍ରହ କରି ଘରକୁ ଫେରୁଥିବାବେଳେ ପଥରରେ ଅସାବଧନତାବଶତଃ ରଶ୍ମୀର ପାଦ ଖସି ଯାଇଥିଲା। ଫଳରେ ସେ ଗୋହିରା ନାଳରେ ବୁଡି ଯାଇଥିଲେ।

ଖବର ପାଇ ପ୍ରଥମେ ଗ୍ରାମବାସୀ ନାଳରେ ରଶ୍ମୀଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ। ପରବର୍ତ୍ତୀ ସମୟରେ ଅଗ୍ନିଶମ ବିଭାଗକୁ ସୂଚନା ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ରଶ୍ମୀଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ଅପରାହ୍ନ ସମୟରେ ରଶ୍ମୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ନାବାଳିକାର ମୃତ୍ୟୁ ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ରିଆମାଳ ପୁଲିସ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe