ଅଭାବୀ ବିକ୍ରିର ଶିକାର ଅଦା ଚାଷୀ

Advertisment

ସରକାର କୋରାପୁଟ ଜିଲ୍ଲାରେ ଅମଳ ହେଉଥିବା  ମାଣ୍ଡିଆ କିମ୍ବା  କଫି ଭଳି ଅଦାକୁ ପ୍ରୋସାହନ ମିଳୁ ନାହିଁ । ଫଳରେ ଚାଷୀ ଯେଉଁ ଆଗ୍ରହରେ ଅଦାଚାଷ କରୁଛନ୍ତି ସେହି ହିସାବରେ ନିଜର ପ୍ରାପ୍ୟ ପାଉନାହାନ୍ତି...

ସରକାର କୋରାପୁଟ ଜିଲ୍ଲାରେ ଅମଳ ହେଉଥିବା  ମାଣ୍ଡିଆ କିମ୍ବା  କଫି ଭଳି ଅଦାକୁ ପ୍ରୋସାହନ ମିଳୁ ନାହିଁ । ଫଳରେ ଚାଷୀ ଯେଉଁ ଆଗ୍ରହରେ ଅଦାଚାଷ କରୁଛନ୍ତି ସେହି ହିସାବରେ ନିଜର ପ୍ରାପ୍ୟ ପାଉନାହାନ୍ତି...

kpt-ada

କୋରାପୁଟ: ସରକାର କୋରାପୁଟ ଜିଲ୍ଲାରେ ଅମଳ ହେଉଥିବା  ମାଣ୍ଡିଆ କିମ୍ବା  କଫି ଭଳି ଅଦାକୁ ପ୍ରୋସାହନ ମିଳୁ ନାହିଁ । ଫଳରେ ଚାଷୀ ଯେଉଁ ଆଗ୍ରହରେ ଅଦାଚାଷ କରୁଛନ୍ତି ସେହି ହିସାବରେ ନିଜର ପ୍ରାପ୍ୟ ପାଉନାହାନ୍ତି । ଜିଲ୍ଲାରେ ଏଥିପାଇଁ ସ୍ବତନ୍ତ୍ର ବଜାର କି ଶୀତଳଭଣ୍ଡାର ନ ଥିବାରୁ ଅଭାବୀ ବିକ୍ରିର ଶିକାର ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି।

ବର୍ତ୍ତମାନ ଏକ କିଲୋ ପ୍ରତି ୧୦ରୁ ୧୫ଟଙ୍କାରେ ବିକ୍ରି କରିବାକୁ ପଡ଼ୁଛି । ଉତ୍ପାଦିତ ଅଦାକୁ ବେଶୀଦିନ ଗଚ୍ଛିତ ରଖିବା ସମ୍ଭବ ହେଉ ନଥିବାରୁ ଶାଗମାଛ ଦରରେ ବିକ୍ରି କରିବା ପାଇଁ ଚାଷୀ ବାଧ୍ୟ ହେଉଛନ୍ତି। ସ୍ଥାନୀୟ ବ୍ୟବସାୟୀ ସହ ପଡ଼ୋଶୀ ଆନ୍ଧ୍ର ଓ ଛତିଶଗଡ଼ ବ୍ୟବସାୟୀମାନେ ଆସି ଅତି କମ୍ ମୂଲ୍ୟରେ କିଣି ନେଉଥିବା ବେଳେ ବାହାରେ ଅଧିକ ଦାମରେ ବିକ୍ରି କରି ସେମାନେ ମାଲାମାଲ ହେଉଛନ୍ତି।

ସୂଚନା ଅନୁଯାୟୀ, ଜିଲ୍ଲାର ଜଳବାୟୁ ଓ ଜମି ଅଦା ଚାଷ ପାଇଁ ବେଶ୍ ଉପଯୋଗୀ। ଏଥିପାଇଁ ଉଭୟ ଖରିଫ୍ ଓ ରବି ଋତୁରେ ଏଠାରେ ଅଦା ଚାଷ ହେଉଛି। ରବି ଋତୁରେ ସାଢ଼େ ୭ଶହ ଓ ଖରିଫରେ ସାଢ଼େ ୯ ଶହ ହେକ୍ଟର ଜମିରେ ଅଦା ଚାଷ କରାଯାଇଛି। ଜିଲ୍ଲାର ପଟ୍ଟାଙ୍ଗି, ଲକ୍ଷ୍ମୀପୁର, ନନ୍ଦପୁର, ଲମତାପୁଟ, ନାରାୟଣପାଟଣା, ବନ୍ଧୁଗାଁ, ଦଶମନ୍ତପୁର ବ୍ଳକରେ ଅଦା ଚାଷ ବେଶୀ ପରିମାଣରେ ହେଉଥିବା ବେଳେ ଅନ୍ୟ ବ୍ଳକରେ ମଧ୍ୟ କମ୍ ପରିମାଣର ଚାଷ ହେଉଛି।

ଜିଲ୍ଲାରେ ଜୈବିକ ପ୍ରଣାଳୀରେ ଉତ୍ପାଦିତ ଅଦାର ଚାହିଦା ଲୋକଙ୍କ ମଧ୍ୟରେ ରହିଛି। ହେଲେ ଲାଭ ମିଳିପାରୁ ନାହିଁ ବୋଲି ଚାଷୀ କହିଛନ୍ତି। ପ୍ରତ୍ୟେକ ଦିନ ସ୍ଥାନୀୟ ବ୍ୟବସାୟୀ, ମଧ୍ୟସ୍ଥି ମାନେ ଚାଷୀଙ୍କ ଠାରୁ କିଣି ସେମିଳିଗୁଡା, ପଟାଙ୍ଗୀରେ ଜମା କରି ରଖି ବହୁ ଦ୍ରୁତଗାମୀ ବସ ଓଟ୍ରକରେ ବାହାର ରାଜ୍ୟକୁ ଚାଳାଣ କରୁଛନ୍ତି।

ତେବେ ସରକାର ଜିଲ୍ଲାର କଫି ଭଳି ଅଦା ପାଇଁ ସ୍ବତନ୍ତ୍ର ବଜାର ବ୍ୟବସ୍ଥା କରି ନଥିବାରୁ ପଡୋଶୀ ଆନ୍ଧ୍ର ଓ ଛତିଶଗଡ଼ ବ୍ୟବସାୟୀମାନେ ସ୍ଥାନୀୟ ମଧ୍ୟସ୍ଥି  ଏବଂ ବ୍ୟବସାୟୀଙ୍କ ଜରିଆରେ ୭୦ ପ୍ରତିଶତ ଅବା କମଦାମରେ କିଣି ନେଉଛନ୍ତି। ପ୍ରଶାସନ ତରଫରୁ ଜିଲ୍ଲାର ଚାଷୀଙ୍କୁ ଅଦାବିହନ, ରାସାୟନିକ ସାର କି କୀଟନାଶକ ଔଷଧ କିଛି ବି ଯୋଗାଇ ଦିଆଯାଉନି।ନିଜସ୍ବ ଉଦ୍ୟମରେ ଚାଷୀମାନେ ଚାଷ କରୁଛନ୍ତି।

ତେବେ ଅମଳ ପରେ ଏହାକୁ ଗଚ୍ଛିତ ରଖିବା ବ୍ୟବସ୍ଥା ନଥିବାରୁ ଏବେ କିଲୋ ପ୍ରତି ୧୦ ରୁ ୧୫ ଟଙ୍କାରେ ବିକ୍ରି କରାଯାଉଥିବା ଚାଷୀମାନେ କ୍ଷୋଭର ସହ କହିଛନ୍ତି। ଅନ୍ୟପକ୍ଷେ ସେମାନଙ୍କ ପାଖରୁ ବେପାରୀମାନେ ଅଦା କିଣି ତାହାକୁ ପ୍ରକ୍ରିୟାକରି ସୁଣ୍ଠିରେ ପରିଣତ କରିବା ପରେ ‘କୋରାପୁଟ ଅଦା ଟ୍ୟାଗ୍ ଲଗାଇ କିଲୋ ୧ରୁ ୨ହଜାର ଟଙ୍କାରେ ବିକ୍ରି କରୁଛନ୍ତି।

ଓରମାସ୍ ପକ୍ଷରୁ ଫାର୍ମର ପ୍ରଡ୍ୟୁସର୍ ଗ୍ରୁପ୍ ଜରିଆରେ ଚାଷୀଙ୍କ ଠାରୁ ଅଦା କିଣାଯାଉଥିବା ଓ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ଅଦା ପ୍ରକ୍ରିୟାକରଣ ୟୁନିଟ୍ କରାଯାଇଥିବା କୁହାଯାଉଛି। ହେଲେ ମଧ୍ୟ ଅଭାବୀ ବିକ୍ରିକୁ ଏହା ରୋକିବାରେ ସଫଳ ହୋଇପାରୁ ନାହିଁ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe