କୋରାପୁଟରୁ ପଂଜାବ ଯାଉଥିଲା ଅଦା ବୋଝେଇ ଟ୍ରକ, ଜବତ ହେଲା ୧ ଟନ୍ ଗଂଜେଇ

କୋରାପୁଟରୁ ପଂଜାବ ଯାଉଥିଲା ଅଦା ବୋଝେଇ ଟ୍ରକ, ଜବତ ହେଲା ୧ ଟନ୍ ଗଂଜେଇ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସଦରଥାନା ପୁଲିସକୁ ପୁଣି ଗଂଜେଇ ଧରପଗଡ଼ରେ ମିଳିଛି ସଫଳତା। ଆଜି ଗୋଟିଏ ଅଦା ବୋଝେଇ ଟ୍ରକରେ ଗୋଟିଏ ଟନ୍ ଗଂଜେଇ ଚାଳାଣ ବେଳେ ସଦରଥାନା ପୁଲିସ ହାତରେ ଟ୍ରକଟି ଧରା ପଡ଼ିଥିଲା। ପୁଲିସ ପାଇଥିବା ବିଶ୍ବସ୍ତ ସୂଚନା ଆଧାରବଳରେ ଟ୍ରକଟିକୁ ଅଟକାଯାଇ ଯାଂଚ କରିଥିଲା।

ପୁଲିସ ଅଦାବସ୍ତା ଗୁଡ଼ିକୁ ଖୋଲି ଦେଖିବା ବେଳେ ଗଂଜେଇ ଚାଳାଣ ହେଉଥିବା ଦେଖିଥିଲା। କୋରାପୁଟ ଜିଲ୍ଲାରୁ ଏହା ପଂଜାବକୁ ଚାଳାଣ ହେଉଥିବା ବିଶ୍ବସ୍ତସୂତ୍ରରୁ ସୂଚନା ମିଳିଛି। ଜବତ ଗଂଜେଇ ଗୋଟିଏ ଟନ୍ ହେବ ବୋଲି ସୂଚନା ମିଳିଛି। ବର୍ତ୍ତମାନ ତଦନ୍ତ ଜାରି ରହିଛି। ଆସନ୍ତାକାଲି ସଂପୂର୍ଣ୍ଣ ବିବରଣୀ ସାମ୍ବାଦିକ ସମ୍ମିଳନୀରେ ଦିଆଯିବ ବୋଲି କହିଛନ୍ତି ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe