ଝାରସୁଗୁଡ଼ା କୋଭିଡ୍‌ ହସପିଟାଲରେ ଶିଶୁକନ୍ୟା ଜନ୍ମ ନେଲା

ଝାରସୁଗୁଡ଼ା କୋଭିଡ୍‌ ହସପିଟାଲରେ ଶିଶୁକନ୍ୟା ଜନ୍ମ ନେଲା

ଝାରସୁଗୁଡ଼ା: ଝାରସୁଗୁଡ଼ା କୋଭିଡ୍‌ ହସପିଟାଲରେ ସୋମବାର ଏକ ଶିଶୁକନ୍ୟା ଜନ୍ମ ଗ୍ରହଣ କରିଛି। କରୋନାରେ ସଂକ୍ରମିତ ଜଣେ ଗର୍ଭବତୀ ମହିଳା ଏଠାରେ ଚିକତ୍ସିତ ହେଉଥିବା ବେଳେ ଆଜି ତାଙ୍କର ହଠାତ୍‌ ଗର୍ଭଯନ୍ତ୍ରଣା ହୋଇଥିଲା। ଝାରସୁଗୁଡ଼ା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡା. ଦେବେନ୍ଦ୍ର ନାୟକ ଓ ତାଙ୍କ ସହଯୋଗୀମାନେ କୋଭିଡ୍‌ ହସପିଟାଲ ମଧ୍ୟରେ ଉକ୍ତ ମହିଳାଙ୍କ ପ୍ରସବ କରାଇଥିଲେ। ମହିଳା ଓ ଶିଶୁ ଉଭୟେ ସୁସ୍ଥ ଅଛନ୍ତି। ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନିଷ୍ଠା ଓ ସାହାସକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ସମ୍ମାନ ଜଣାଇଛନ୍ତି।

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରିବାର ପକ୍ଷରୁ ୱେବସାଇଟ୍‌ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ଝାରସୁଗୁଡ଼ା ଜିଲ୍ଲାରେ ୨୦୨୦ ଅଗଷ୍ଟ ୧୧ ତାରିଖ ସନ୍ଧ୍ୟା ୭ଟା ସୁଦ୍ଧା ୪୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୪୧ ଜଣ ଆକ୍ରାନ୍ତ ଏବେ ଚିକିତ୍ସାଧୀନ ଥିବା ବେଳେ ୩୨୫ ଜଣ ସୁସ୍ଥ ହୋଇଛନ୍ତି। କେବଳ ଜଣେ ବ୍ୟକ୍ତି କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି। ଜିଲ୍ଲାରେ ଅଗଷ୍ଟ ୩୧ ଯାଏଁ ସପ୍ତାହନ୍ତ ୨ ଦିନିଆ ସଟ୍‌ଡାଉନ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe