ଜିଲ୍ଲାପାଳଙ୍କୁ କୁନି ଝିଅର ଗୁହାରି, ‘ମଦ ପିଇ ମୋ ବାପା ଓ ମା’ଙ୍କ ମୃତ୍ୟୁ ହୋଇଛି, ମଦ ଭାଟି ବନ୍ଦ କରି ଦିଅନ୍ତୁ ସାର୍’

Advertisment
ଜିଲ୍ଲାପାଳଙ୍କୁ କୁନି ଝିଅର ଗୁହାରି, ‘ମଦ ପିଇ ମୋ ବାପା ଓ ମା’ଙ୍କ ମୃତ୍ୟୁ ହୋଇଛି, ମଦ ଭାଟି ବନ୍ଦ କରି ଦିଅନ୍ତୁ ସାର୍’

ସୁନ୍ଦରଗଡ଼: ‘ମଦ ମୋତେ ଅନାଥ କରିଛି। ମଦ ପିଇ ପିଇ ମୋ ବାପା ଓ ମା’ଙ୍କ ମୃତ୍ୟୁ ହୋଇଛି। ଏବେ ମୁଁ ଏକୁଟିଆ ଓ ଅସହାୟ ହୋଇଯାଇଛି।  ମୋତେ ଛେଉଣ୍ଡ କରି ଛାଡିଥିବା ମଦଭାଟି ବନ୍ଦ କରାଯାଉ। ମୋ ପରି ଆଉ ଅନ୍ୟ ପିଲାମାନେ ଏମିତି ଅନାଥ ନ ହୋଇ ଯାଆନ୍ତୁ।’ ଏପରି କିଛି ଆକୁଳ ଆବେଦନ ନେଇ ସୁନ୍ଦରଗଡ଼ ରାଣୀବଗିଚାର ଜଣେ ୧୨ ବର୍ଷର ଝିଅ ବର୍ଷା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ ଭେଟିଛି।

publive-image

ଏହି ଘଟଣା ଏବେ ସହରରେ ଚର୍ଚ୍ଚାରେ ରହିଛି। ସୁନ୍ଦରଗଡ଼ ରାଣୀବବଗିଚା ବସ୍ତିରେ ଏକ ଦେଶୀ ମଦଭାଟି ୩୦ ବର୍ଷ ହେଲା ବେପାର ଚଳାଇ ଆସୁଛି। ଅବକାରୀ ଆଇନକୁ ଉଲ୍ଲଂଘନ କରି ଭାଟି ଚାଲୁଥିଲେ ମଧ୍ୟ ପ୍ରଶାସନ ରାଜସ୍ଵ ଲୋଭରେ ଆଖି ବୁଜି ଦେଇଛି। ମଦ ପିଇ ଗରିବ, ମୁଲିଆ ଶ୍ରେଣୀ ତଳିତଳାନ୍ତ ହୋଇଯାଉଛନ୍ତି। ବହୁ ପରିବାରରେ ବାପା ଓ ମା’ ମଦନିଶାରେ ପଡି ପ୍ରାଣ ହରାଇଥିବାବେଳେ ନିରୀହ ଛୁଆମାନେ ଅନାଥ ହୋଇଯାଉଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ଭାଟିର ଧୂଆଁ ଓ ଆବର୍ଜନା ପରିବେଶ ଓ ସ୍ଥାନୀୟ ଇବ ନଦୀ ଜଳକୁ ପ୍ରଦୂଷିତ କରୁଥିବା ଅଭିଯୋଗ ରହିଛି। ଅତିଷ୍ଠ  ଲୋକେ ବହୁବାର ମଦଭାଟି ହଟାଇବାକୁ ଦାବି କରି ଆସୁଛନ୍ତି। କିନ୍ତୁ ପ୍ରଶାସନ ଶୁଣୁ ନାହିଁ ।

ଏହି କାରଣରୁ ଆଜି କୁନି ଝିଅ ବର୍ଷା ସମେତ ପଡାର ଅନ୍ୟ ଝିଅମାନେ ଜିଲ୍ଲାପାଳଙ୍କୁ ଭେଟି ମଦଭାଟିଜନିତ ଅସୁବିଧା ସଂପର୍କରେ ଜଣାଇବା ସହ ତୁରନ୍ତ ଭାଟି ହଟାଇବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe