Sambad
କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଠାରେ ଥିବା ଐତିହାସିକ ଦେବଗିରି ପାହାଡ଼ ଉପରେ ଥିବା କୁଣ୍ଡରେ ଚୁନିରେ ପଥର ବାନ୍ଧା ଥିବା ଛାତ୍ରୀର ମୃତଦେହ ଠାବ କରିଛି ପୁଲିସ। କାଶୀପୁର ବ୍ଲକ ସୁଙ୍ଗେର ଗ୍ରାମର ବିରେନ ଗୌଡ଼ଙ୍କ ଝିଅ ଦେବକୀ ଗୌଡ଼(୨୦)। ବୁଧବାର ଦିନ ଦେବକୀ ତାଙ୍କ ଦୁଇ ଭଉଣୀଙ୍କୁ ମରିବା ପାଇଁ ଇଛା ହେଉଛି କହିବା ସହ ପରିବାରକୁ ମେସେଜ କରି କହିଥିଲେ। ତା’ପର ଗୁରୁବାର ଦିନ ଦେବକୀ ରହିବା ଘରେ ଦେଖା ନ ଯିବାରୁ ପରିବାରକୁ ଜଣାଇଥିଲେ। ପରିବାର ଲୋକେ ସବୁ ଯାଗାରେ ଖୋଜା ଖୋଜି କରି ନ ପାଇବାରୁ ଦେବଗିରି ପାହାଡ଼ରେ ଝିଅକୁ ଖୋଜି ଥିଲେ। ପରେ ପାହାଡ଼ରେ ଝିଅର ଚପଲ ଦେଖି ଥିଲେ କିନ୍ତୁ ଝିଅକୁ ଠାବ କରି ପାରି ନଥିଲେ ପରିବାର ଲୋକେ। ଆଜି ପୁଣି ପରିବାର ଲୋକମାନେ ଦେବଗିରି ପାହାଡ଼ ଚଢ଼ି ଖୋଜିବାରୁ କୁଣ୍ଡରେ ଝିଅର ଶବ ଭାସୁଥିବା ଦେଖି ଥିଲେ।
ଏହାକୁ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକ ଘଟଣାସ୍ଥଳରେ ପହଞ୍ଚି ଶବ ଠାବ କରି ଅଗ୍ନିଶମ ବିଭାଗର ଏସ୍ଆଇ ବଳରାମ ବେହେରା ଓ ସମସ୍ତ କର୍ମଚାରୀ ଶବ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ରାୟଗଡା ଏସଡ଼ିପିଓ ଦେବଜତି ଦାସ ପହଞ୍ଚି ଘଟଣାର ତଦନ୍ତ ଜାରି ରହିଛି। ବର୍ତ୍ତମାନ ରାତ୍ର ସମୟ ହେଇଥିବାରୁ ଶବ ବ୍ୟବଛେଦ ହେଇ ପାରିନାହିଁ। ଏହାସସହ ଅପମୃତ୍ୟୁ ମାମଲା ରୁଜ କରି ଘଟଣାର ସତ୍ୟତା ତଦନ୍ତ କରୁଥିବା କହିଛନ୍ତି ଥାନା ଅଧିକାରୀ ନାୟକ।
Follow Us