DNA India
ବନ୍ତଳା: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ଜନ୍ମ କରି ରାସ୍ତା କଡକୁ ଫିଙ୍ଗିଦେଇ ଚାଲିଗଲା ମା। ଏଭଳି ଘଟଣା ଅନୁଗୁଳ ବ୍ଲକ ବନ୍ତଳା ଥାନା ଅଞ୍ଚଳରେ ଆଜି ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ କନ୍ୟାଭ୍ରୁଣ ହତ୍ୟା ରୋକିବା ପାଇଁ ସରକାର ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ହେଲେ ଜନ୍ମ କରିବା ପରେ କୁମାରୀ ମା ହେଉ କି ଅସହାୟ ନାରୀ ହେଉ ଏଭଳି ଭାବରେ ଶିଶୁକନ୍ୟାମାନଙ୍କୁ ରାସ୍ତା କଡରେ ଫୋପାଡ଼ି ଦେଇ ଚାଲିଯାଉଥିବା ଅନେକ ସମୟରେ ଦେଖିବାକୁ ମିଳୁଛି।
ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳକୁ ଭାଲିଆପାଳ ଗ୍ରାମର ଜଣେ ଯୁବକ ନିକଟସ୍ଥ ନାଳକୁ ଗାଧୋଇବା ପାଇଁ ଆସିଥିବାବେଳେ ସେଠାରେ ଏକ ଶିଶୁକନ୍ୟା ପଡିଥିବା ଦେଖି ଘରକୁ ନେଇଯାଇଥିଲେ। ଏହି ଖବର ସ୍ଥାନୀୟ ଅଶାକର୍ମୀ, ଅଙ୍ଗନବାଡ଼ି କର୍ମୀଙ୍କ ସହ ସ୍ଥାନୀୟ ସରପଞ୍ଚ ସେଠାରେ ପହଞ୍ଚି ଏସମ୍ପର୍କରେ ବନ୍ତଳା ଥାନାକୁ ଜଣାଇଥିଲେ।
ତେବେ ଶିଶୁକନ୍ୟାଟି ଅସୁସ୍ଥ ଥିବାରୁ ଉଦ୍ଧାର କରିଥିବା ବ୍ୟକ୍ତି ଜଣଙ୍କ ତାଙ୍କୁ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ସେଠାରୁ ବନ୍ତଳା ପୁଲିସ ଶିଶୁ କନ୍ୟାକୁ ଉଦ୍ଧାର କରିବା ସହ ଅଧିକ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଛନ୍ତି।
Follow Us