ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଏବଂ ଗର୍ଭବତୀ ଘଟଣା: ଜିଲ୍ଲା ଆଇନ ସେବା ପ୍ରାଧୀକରଣ, ସିଡବ୍ଲ୍ୟୁସି, ଶିଶୁ ସୁରକ୍ଷା ବିଭାଗର ତତ୍ପରତା

ଧୂର୍ତ୍ତକୁ ଧାର୍‌ଦେବା ମହଙ୍ଗା ପଡ଼ିଲା, ଶୁଝିବା ଆଳରେ ବାରମ୍ବାର ଦୁଷ୍କର୍ମ

Photo: TeluguStop.com

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ବ୍ଲକର ସୁଧାକୋଣ୍ଡା ଗ୍ରାମରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଏମଭି-୭୭ ଗ୍ରାମର ଜଣେ ବିବାହିତ ବ୍ୟକ୍ତି ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରିବା ଏବଂ ପରେ ସେହି ଦବ୍ୟାଙ୍ଗ ଯୁବତୀ ପୁତ୍ର ସନ୍ତାନ ଦେବା ପରେ ପୁତ୍ର ସନ୍ତାନକୁ ଏକ ଲକ୍ଷ ଟଙ୍କାରେ ବିକ୍ରି କରିବା ଘଟଣା ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଆଜି ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ରାକେଶ କୁମାର ମଦୁଲି ଏହି ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ଜିଲ୍ଲାପାଳ, ଏସପି, ସିଡବ୍ଲୁସି, ଡିସିପିୟୁ, କାଲିମେଳା ପୁଲିସ ସହ ସମସ୍ତ ଲାଇନ ବିଭାଗକୁ ତୁରନ୍ତ ଏ ସମ୍ପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ।

ସେହିପରି ସିଡବ୍ଲୁସିର ଅଧ୍ୟକ୍ଷ ଅଶୋକ କୁମାର ପଟନାୟକ ମଧ୍ୟ ତୁରନ୍ତ ଏନେଇ ତତ୍ପରତା ଦେଖାଇବା ସହ ଡିସିପିୟୁ, ପୁଲିସ, ଜିଲ୍ଲାପାଳ, ସିଡିପିଓ ସମେତ ଚାଇଲ୍ଡ ଲାଇନକୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ପର୍ଶକାତର ଘଟଣାର ତଦନ୍ତ କରି ତାଙ୍କ ନିକଟରେ ଦିବ୍ୟାଙ୍ଗ ମା’ ଏବଂ ଶିଶୁକୁ ହାଜର କରାଇବା ନେଇ ନିର୍ଦେଶ ଦେଇଥିବା କହିଥିଲେ। ସେହିପରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ନିଜ ଟିମକୁ ନେଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ଶିଶଟିକୁ ପଡିଆର କୌଣସି ଜଣେ ବ୍ୟକ୍ତି ନେଇଥିବା ଜଣାପଡିଛି। ତେବେ ଡିସିପିୟୁ ଶ୍ରୀ ଦାସ ସ୍ଥାନୀୟ ସିଡିପିଓଙ୍କୁ ତୁରନ୍ତ ଦିବ୍ୟାଙ୍ଗ ମାଆକୁ ନେଇ ମେଡିକାଲରେ ଭର୍ତ୍ତି କରିବା ସହ ଶିଶୁ ପୁତ୍ରକୁ ଉଦ୍ଧାର କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି। ସେହିପରି କାଲିମେଳା ପୁଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ କରୁଥିବା ଜଣାପଡଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe