ମୋବାଇଲ୍‌ ପାଇଁ ଭାଇ-ଭଉଣୀଙ୍କ କଳି, ଆତ୍ମହତ୍ୟା କଲେ ଛାତ୍ରୀ

Advertisment
ମୋବାଇଲ୍‌ ପାଇଁ ଭାଇ-ଭଉଣୀଙ୍କ କଳି, ଆତ୍ମହତ୍ୟା କଲେ ଛାତ୍ରୀ

ରାଉରକେଲା: ମୋବାଇଲ କଳିରୁ ଚାଲିଗଲା ଛାତ୍ରୀଙ୍କ ଜୀବନ। ଏମିତି ଅଭାବନୀୟ ଘଟଣା ଘଟିଛି ବନ୍ଧମୁଣ୍ଡା ଡି ସେକ୍ଟର କ୍ବାଟର୍ସ ସଂଖ୍ୟା ୧୯୮ରେ। ମୃତ ଛାତ୍ର ଜଣକ ହେଲେ ଜୟା ମହାତୋ। ବନ୍ଧମୁଣ୍ଡା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ମୁତାବକ ବନ୍ଧମୁଣ୍ଡା ଡି ସେକ୍ଟରରେ ରେଳବାଇ କର୍ମଚାରୀ ଅଭିରାମ ମହାତୋ ଓ ତାଙ୍କ ପରିବାର ରହନ୍ତି। ଗୁରୁବାର ରାତିରେ ମୋବାଇଲ୍‌କୁ ନେଇ ଅଭିରାମଙ୍କ ଝିଅ ଜୟା ଓ ତାଙ୍କ ଭାଇଙ୍କ କଳି ଝଗଡା ହୋଇଥିଲା। ଆଜି ସକାଳେ ଅଭିରାମ ଡ୍ୟୁଟିକୁ ବାହାରି ଯାଇଥିଲେ। ପତ୍ନୀ ପରିବା ଆଣିବାକୁ ନିକଟସ୍ଥ ହାଟକୁ ଯାଇଥିଲେ। କେହି ଘରେ ନଥିବାର ସୁଯୋଗ ନେଇ ଉତ୍ତେଜିତ ଜୟା ଶୋଇବା ଘରେ ଭିତରକୁ ପଟୁ କବାଟ ବନ୍ଦ କରି ଫାଶି ଲଗାଇ ଦେଇଥିଲେ। ହାଟରୁ ମା’ ଘରକୁ ଫେରି ଝିଅ ଝୁଲୁଥିବା ଦେଖି ପଡୋଶୀଙ୍କୁ ସୂଚନା ଦେଇଥିଲେ। ପଡୋଶୀଙ୍କ ସହାୟତାରେ ଗୁରୁତର ଝିଅକୁ ରେଳବାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe