୨ ଛେଳି ଚୋରଙ୍କୁ ଧରି ପୁଲିସ ଜିମା ଦେଲେ ସ୍ଥାନୀୟ ଲୋକେ; ବାଇକ ଏବଂ ମୃତ ବଗ ଜବତ

୨ ଛେଳି ଚୋରଙ୍କୁ ଧରି ପୁଲିସ ଜିମା ଦେଲେ ସ୍ଥାନୀୟ ଲୋକେ; ବାଇକ ଏବଂ ମୃତ ବଗ ଜବତ

ବାଲିପାଟଣା: ଭୁବନେଶ୍ୱର କମିଶନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳରେ ୨ ଜଣ ଛେଳି ଚୋରଙ୍କୁ ଧରି ସ୍ଥାନୀୟଲୋକ ପୁଲିସର ଜିମା ଦେଇଛନ୍ତି। ପୁଲିସ ଗିରଫ କରିଥିବା ୨ ଜଣ ଅଭିଯୁକ୍ତ ବାରହଳ ଗ୍ରାମର ହାକିମ ଖାଁଙ୍କ ପୁଅ ମହସିମ ଖାଁ (୪0) ଏବଂ ଗୁଲାମ ହାସିନ ଖାଁଙ୍କ ପୁଅ ରାକିବ ଖାନ (୩୨) ବୋଲି ଜଣାପଡ଼ିଛି। ସେମାନଙ୍କ ଠାରୁ ଗୋଟିଏ ବାଇକ ଏବଂ ଶିକାର କରିଥିବା ମୃତ ବଗକୁ ପୁଲିସ ଜବତ କରି ଥାନାକୁ ଆଣିଛି।

ସୂଚନାଯୋଗ୍ୟ, ପମ୍ପାଲୋ ପଞ୍ଚାୟତ ଟିଙ୍କିପଡା ଗ୍ରାମର ସୌମ୍ୟା ପ୍ରଧାନଙ୍କ ଘର ଆଗରେ ଛେଳି ବନ୍ଧା ହୋଇଥିଲା । ମହସିମ ଏବଂ ରକିବ ବଗ ଶିକାର କରି ସେହି ବାଟରେ ଯାଉଥିଲେ । ରାସ୍ତା ଘାଟ ଶୂନଶାନ ଦେଖି ଛେଳି ନେବା ପାଇଁ ଉଦ୍ୟମ କରିଥିଲେ । ଏବଂ ଛେଳି ବେକରୁ ପଘା ଖୋଲି ଦେଇଥିଲେ । ଏହି ସମୟରେ ପାଖରେ ଛେଳି ଜଗାଳି ଏହା ଦେଖି ଡାକ ପକାଇଥିଲେ । ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ୨ ଜଣଙ୍କୁ ମାଡି ବସିଥିଲେ । ସେ ସମୟରେ ବାଲିପାଟଣା ପିସିଆର ପେଟ୍ରୋଲିଙ୍ଗ କରୁଥିଲା ।

ଲୋକେ ପିସିଆରକୁ ଅଟକାଇ ଚୋରି ଘଟଣା ସମ୍ପର୍କରେ କହିଥିଲେ । ସେ ୨ ଜଣଙ୍କ ସମେତ ମୃତ ବଗ ଏବଂ ସେମାନେ ବ୍ୟବହାର କରୁଥିବା ବାଇକ ନମ୍ବର ଓଆର ୦୨ ଏଲ ୨୦୧୧ କୁ ଜବତ କରି ଥାନାକୁ ଅଣିଥିଲେ। ଚୋରି ସମ୍ପର୍କରେ ସୌମ୍ୟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବାଲିପାଟଣା ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି ।
ପ୍ରକାଶ ଥାଉକି କିଛି ମାସ ମଧ୍ୟରେ ବାଲିପାଟଣା ଅଞ୍ଚଳରୁ ଶହ ଶହ ଛେଳି ମେଣ୍ଢା ଚୋରି ହେଲାଣି । ପୁଲିସ କିନ୍ତୁ ଚୋରଙ୍କ ଟେର ପାଉ ନାହିଁ । ଅଧିକ ତଦନ୍ତ କରାଗଲେ ପୂର୍ବ ଚୋରି ସମ୍ପର୍କରେ ସୂଚନା ମିଳନ୍ତା ବୋଲି ସାଧାରଣରେ ଦାବି ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe